www.samajalive.in
Saturday, December 6, 2025
23.1 C
Bhubaneswar

ସାବୁନ କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୮ଲକ୍ଷ ଟଙ୍କାର ସାମଗ୍ରୀ

ପୁରୀ : ପୁରୀସ୍ଥିତ ମଙ୍ଗଳାଘାଟ ନିକଟରେ ଥିବା ଏକ ସାବୁନ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଛି। ଜିଲା ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଅଢ଼େଇ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।ଏହି କାରଖାନାରେ ସାବୁନ ପ୍ରସ୍ତୁତ ପାଇଁ ଥିବା ତେଲ ଏବଂ ଅନ୍ୟାନ୍ୟ କଞ୍ଚାମାଲରେ ନିଆଁ ଲାଗିବା ଯୋଗୁଁ ତାହା ତୁରନ୍ତ ବ୍ୟାପୀ ଯାଇଥିଲା। ଅଗ୍ନିକାଣ୍ଡ ବେଳେ ଅନେକ କର୍ମଚାରୀ କାର୍ଯ୍ୟ କରୁଥିଲେ ହେଁ ସେମାନେ ତୁରନ୍ତ ବାହାରିଯିବାରୁ ଅଘଟଣରୁ ବର୍ତ୍ତି ଯାଇଥିଲେ। ନିଆଁରେ ପୋଡ଼ି ହୋଇ କାରଖାନାର ଆଜବେଷ୍ଟସ ଗଳି ପଡ଼ିଥିଲା। ଏଠାରେ ଲକ୍ଷାଧିକ ଟଙ୍କାର ସାବୁନ ତିଆରି କଞ୍ଚାମାଲ, ସାବୁନ, ଫୁଲ ଝାଡ଼ୁ, ଘିଅ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। କିଛି ଜିନିଷପତ୍ରକୁ ଆଗ୍ନିକମାନେ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ, ଯଦି ଥିଲା ତାହା କାର୍ଯ୍ୟକ୍ଷମ ଥିଲା କି ନାହିଁ ଏବଂ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେ ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ଜିଲା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ କହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories