www.samajalive.in
Saturday, December 6, 2025
23.1 C
Bhubaneswar

ଭରତପୁର ଥାନା ଘଟଣା: ଭିଡିଓ ଦାଖଲ କଲା କ୍ରାଇମବ୍ରାଞ୍ଚ; ୨୨ରେ ଶୁଣାଣି

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି। ଥାନାରେ ସେଦିନ ରାତିରେ କଣ ଘଟିଥିଲା ସମସ୍ତ ଦୃଶ୍ୟ ଉକ୍ତ ଭିଡ଼ିଓରେ ରହିଛି। ଏହି ଭିଡ଼ିଓକୁ ଯାଞ୍ଚ କରି ଷ୍ଟେଟ ଫରେନସିକ ଲ୍ୟାବ୍ ସଠିକ ବୋଲି ଦର୍ଶାଇଛି। ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ଗତ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦସ୍ତାବିଜ ଦାଖଲ ହୋଇନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା। ଆସନ୍ତା ୨୨ରେ ଉଭୟ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ପକ୍ଷ ଓକିଲ ଜେରା କରିବେ ବୋଲି ସୂଚନା ରହିଛି। ୨୨, ୨୩ ଓ ୨୪ତାରିଖ ଯାଏ ଶୁଣାଣି ହେବ। ଏନେଇ କମିସନଙ୍କ ପକ୍ଷରୁ ସେମାନଙ୍କୁ ସମନ ହୋଇଛି। ପ୍ରଥମେ ସେନା ଅଧିକାରୀ ଓ ପରେ ବାନ୍ଧବୀଙ୍କୁ ଜେରା କରାଯିବ। କମିସନଙ୍କ ଉପସ୍ଥିତିରେ ଏହି ଜେରା କରାଯିବ। ସେନା ଅଧିକାରୀଙ୍କ ଓକିଲ ପକ୍ଷରୁ ଯଦି ପୁଲିସ ପକ୍ଷର କାହାକୁ ଜେରା କରିବାକୁ ଚାହିବେ ତେବେ ସେମାନେ ସେହିଦିନ କମିସନଙ୍କୁ ଲିଖିତ ଜଣାଇବେ। ସେନେଇ ପୁଲିସ ପକ୍ଷଙ୍କୁ ପରବର୍ତ୍ତୀ ତାରିଖରେ ସାକ୍ଷ୍ୟ ଗ୍ରହଣ ବା ଜେରା ପାଇଁ ଡାକିବାକୁ କମିସନ ସ୍ଥିର କରିବେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories