ପୁଣି ବିବାଦକୁ ଆସିଲା ନିଟ୍‍ ପରୀକ୍ଷା କଟକଣା

0

ତିରୁଭାନନ୍ତପୁରମ୍‍: ଗତ ରବିବାର ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ନିଟ୍‍ ୨୦୧୮ ପରୀକ୍ଷାକୁ ନେଇ ପୁଣି ବିବାଦ ଉଠିଛି। ପରୀକ୍ଷା ପାଇଁ ସିବିଏସ୍‍ଇ କର୍ତ୍ତୃପକ୍ଷ ଆପଣେଇଥିବା ଅତ୍ୟଧିକ କଟକଣାକୁ ଅନୁଚିତ ବୋଲି କହିଛନ୍ତି କେରଳର ଜଣେ ପରୀକ୍ଷାର୍ଥୀ। କେରଳର ପାଲାକାଡ୍‍ ଜିଲାର କୋପମ୍‍ସ୍ଥିତ ଏକ ଘରୋଇ ସ୍କୁଲ୍‍ରେ ଚଳିତ ବର୍ଷ ନିଟ୍‍ ପରୀକ୍ଷା ଦେଇଥିବା ଜନୈକ ଛାତ୍ରୀଙ୍କୁ ପରୀକ୍ଷା ଦେବା ପୂର୍ବରୁ ଅନ୍ତବସ୍ତ୍ର ବାହାର କରିବା ପାଇଁ କୁହାଯାଇଥିଲା। ଜଣେ ବାହ୍ୟ ପରୀକ୍ଷକ ଖରାପ ଦୃଷ୍ଟିରେ ତାଙ୍କ ଛାତିକୁ ବାରମ୍ବାର ଦେଖୁଥିଲେ। ଏଥିଯୋଗୁଁ ସେ ମାନସିକ ସ୍ତରରେ ଅସ୍ୱସ୍ତି ଅନୁଭବ କରିଥିଲେ ଏବଂ ଏଥିଯୋଗୁଁ ସେ ପରୀକ୍ଷାରେ ଏକାଗ୍ରତା ହରାଇଥିଲେ। ଏ ସଂକ୍ରାନ୍ତରେ ପରୀକ୍ଷାର୍ଥୀଙ୍କ ବଡ଼ ଭଉଣୀ ସୂଚନା ଦେବା ସହିତ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ସିବିଏସ୍‍ଇ ପକ୍ଷରୁ କୁହାଯାଇଛି ଯେ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ। ତଥାପି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସପ୍ତାହେ ମଧ୍ୟରେ ତଦନ୍ତ ରିପୋର୍ଟ ମିଳିବା ସମ୍ଭାବନା ରହିଛି। ଗତ ବର୍ଷ କେରଳରୁ ସମାନ ଅଭିଯୋଗ ଆସିଥିଲା। ଜିନ୍‍ସ ପିନ୍ଧି ଆସିଥିବା ଜନୈକା ଛାତ୍ରୀଙ୍କୁ ପରୀକ୍ଷା ହଲ୍‍କୁ ଯିବାକୁ ବାରଣ କରାଯାଇଥିଲା।

Leave A Reply