www.samajalive.in
Sunday, December 7, 2025
26.1 C
Bhubaneswar

ସୂର୍ଯ୍ୟ ଆଡ଼କୁ ଅଗ୍ରସର ହେଉଛି ‘ଆଦିତ୍ୟ ଏଲ୍‌୧’

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ ଘଟାଇ ଇତିହାସ ରଚିଛି ଇସ୍ରୋ। ଇସ୍ରୋ ଇତିହାସରେ ଆଉ ଏକ ସଫଳତାର ଫର୍ଦ ଯୋଡ଼ିହୋଇଯାଇଛି। ଠିକ୍‌ ୧୧ଟା ୫୦ ମିନିଟ୍‌ରେ ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତ୍‌କ୍ଷେପଣ ହୋଇଛି ‘ଆଦିତ୍ୟ ଏଲ୍‌୧’ ।  ୪ମାସ ପରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ଆଦିତ୍ୟ ଏଲ୍‌ୱାନ ସୂର୍ଯ୍ୟର ବାହ୍ୟ ତାପମାତ୍ରା  ସମ୍ପର୍କରେ ଅଧିକ ଗବେଷଣା କରିବ। ପୃଥିବୀଠୁ ସୂର୍ଯ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର ହୋଇଥିବାବେଳେ ଏହା ୧୫ ଲକ୍ଷ କିଲୋମିଟର ଦୂରରୁ ରହି ଅନୁସନ୍ଧାନ କରିବ। ଏହି ପଏଣ୍ଟକୁ ଲାଗ୍ରାଞ୍ଜ ପଏଣ୍ଟ ବୋଲି କୁହାଯାଏ। ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ପାଞ୍ଚଟି ଲାଗ୍ରାଞ୍ଜ ପଏଣ୍ଟ ରହିଛି। ପ୍ରଥମ ଲାଗ୍ରାଞ୍ଜ ପଏଣ୍ଟର ଦୂରତା ୧୫ ଲକ୍ଷ କିଲୋମିଟର। ଲାଗ୍ରାଞ୍ଜ ପଏଣ୍ଟ ହିଁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଏକ ସ୍ଥାନ, ଯେଉଁଠାରେ ଦୁଇ ବସ୍ତୁ ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି କାମ କରିଥାଏ। ଫଳରେ କୌଣସି ବସ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହିଠାରେ ସନ୍ତୁଳିତ ଅବସ୍ଥାରେ ରହି କାର୍ଯ୍ୟ କରିପାରିବ। ଏହିଠାରୁ ହିଁ ଆଦିତ୍ୟ-ଏଲୱାନ୍ ସୂର୍ଯ୍ୟଙ୍କ ରହସ୍ୟ ଭେଦିବ ଏବଂ ଇସ୍ରୋକି ଗୋଟିଏ ପରେ ଗୋଟିଏ ସୂଚନା ଦେବ। ସୌରଝଡର ଆକଳନ ଓ ମୁକାବିଲା ଦିଗରେ ଏହି ମିଶନ୍ ସହାୟକ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନର ସଫଳତାର ଉଦ୍‌କ୍ଷେପଣ ହୋଇଥିବାରୁ ଦେଶବାସୀ ବେଶ୍‌ ଉତ୍ସାହିତ ଅଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories