BJD Bijuli 480×75 Mob

ମଣିପୁରରେ ପୁଣି ହିଂସା : ୫ ମୃତ, ୨୦ ଆହତ

BJD Bijuli 480×75 Mob

ଇମ୍ଫାଲ : ମଣିପୁରରେ  କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବିଷ୍ଣୁପୁର ଜିଲାର ଖୋଇରାଣ୍ଟକର ପାଦଦେଶ ଓ ଚୁରାଚାନ୍ଦପୁର ଜିଲାର ଚିଙ୍ଗାପେଇ ଓ ଖୌସାବୁଙ୍ଗ ଅଞ୍ଚଳରେ ଗୁରୁବାର ସକାଳୁ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ହିଂସା ପରେ ଚୁରାଚାନ୍ଦପୁର ଜିଲାରେ ଜରୁରୀ ବନ୍ଦ ଡାକରା ଦିଆଯାଇଛି ।

Comments are closed.