ନାଥୁଲା ଦେଇ କୈଳାସ ମାନସରୋବର ଯାତ୍ରା ଆରମ୍ଭ

0

ନୂଆଦିଲ୍ଲୀ : ଭାରତର ସିକ୍କିମ୍‌ ଏବଂ ଚୀନ୍‌ର ତିବ୍ଦତ୍‌ ସ୍ୱୟଂଶାସିତ ଅଞ୍ଚଳକୁ ସଂଯୋଗ କରୁଥିବା ନାଥୁଲା ପାର୍ବତ୍ୟ ମାର୍ଗ ଦେଇ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉଭୟ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ନ ହେବା ପର୍ଯ୍ୟନ୍ତ ଦୁଇ ରାଷ୍ଟ୍ରର ସରକାରଙ୍କ ସମ୍ପର୍କରେ ଉନ୍ନତି ସମ୍ଭବ ନୁହେଁ। ଏହି କାରଣରୁ କୈଳାସ ମାନସରୋବର ଯାତ୍ରା ନିମନ୍ତେ ନାଥୁଲା ମାର୍ଗ ଖୋଲିବା ଲାଗି ସେ ଚୀନର ବୈଦେଶିକ ମନ୍ତ୍ରଣାଳୟକୁ ନିବେଦନ କରିଥିଲେ। ଚୀନ୍‌ ଅଧିକାରୀ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରି ଉକ୍ତ ମାର୍ଗ ଉନ୍ମୁକ୍ତ କରିଛନ୍ତି। ଆଗାମୀ ଦିନରେ ଲିପୁଲେଖ ପାସ୍‌ ଦେଇ ୧୮ଟି ତୀର୍ଥଯାତ୍ରୀ ଦଳକୁ ଛଡାଯିବ। ପ୍ରତ୍ୟେକ ଦଳରେ ୬୦ ଜଣ ଲେଖାଏଁ ତୀର୍ଥଯାତ୍ରୀ ରହିବେ। ସେହିଭଳି ୫୦ ଜଣ ଲେଖାଏଁ ତୀର୍ଥଯାତ୍ରୀଙ୍କୁ ନେଇ ଗଠିତ ୧୦ଟି ଦଳକୁ ଲାଥୁଲା ଦେଇ ମାନସରୋବର ପଠାଯିବ ବୋଲି ସୁଷମା କହିଛନ୍ତି।

Leave A Reply