ନନ୍ଦନକାନନ: ଜୀବଜନ୍ତୁଙ୍କ ମୃତ୍ୟୁ ଅପେକ୍ଷା ଜନ୍ମସଂଖ୍ୟା ଅଧିକ

ନନ୍ଦନକାନନ: ବର୍ଷ ଶେଷବେଳକୁ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଭଲ ଖବର ଆସିଛି। ନନ୍ଦନକାନନ ତଥ୍ୟ ଅନୁସାରେ,୨୦୨୨ ଏପ୍ରିଲ ୧ରୁ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁ ଅପେକ୍ଷା ଜନ୍ମସଂଖ୍ୟା ଅଧିକ ରହିଥିଲା। ଉପରୋକ୍ତ ସମୟ ମଧ୍ୟରେ ସମୁଦାୟ ୨୮୨ଟି ପଶୁପକ୍ଷୀ ଜନ୍ମ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୭ରେ ସୀମିତ ରହିଥିଲା। ଜନ୍ମଲାଭ କରିଥିବା ପଶୁପକ୍ଷୀଙ୍କ ମଧ୍ୟରେ ୧୬୦ଟି ସ୍ତନ୍ୟପାୟୀ ପ୍ରାଣୀ, ୧୦୮ଟି ପକ୍ଷୀ, ୧୪ ସରୀସୃପ ଜାତୀୟ ପ୍ରାଣୀ ଅଛନ୍ତି। ଅନ୍ୟପକ୍ଷରେ ସେହି ସମୟ ମଧ୍ୟରେ କୌଣସି ଉଭୟଚର ପ୍ରାଣୀ ଜନ୍ମ ନେଇନାହାନ୍ତି।

ଅନ୍ୟପକ୍ଷରେ ୫୮ ଟି ସ୍ତନପାୟୀ ପ୍ରାଣୀ, ୪୭ ପକ୍ଷୀ, ୨ଟି ସରୀସୃପଙ୍କ ମୃତ୍ୟୁ ଘଟିଛି। ତେବେ କୌଣସି ଉଭୟଚର ପ୍ରାଣୀଙ୍କ ମୃତ୍ୟୁ ହୋଇନାହିଁ। ସେହିପରି ୨୦୨୧ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜନ୍ମ ସଂଖ୍ୟା ୨୭୩ ଥିବାବେଳେ ମୃତ୍ୟୁ ସଂଖ୍ୟା ୮୭ରେ ଥିଲା। ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଏଠାକୁ ୨ଟି ପ୍ରଜାତିର ୯ ପଶୁପକ୍ଷୀ ମହୀଶୂର ଚିଡିଆଖାନାରୁ ଆସିଥିବାବେଳେ ଏଠାରୁ ୫ପ୍ରଜାତିର ୧୧ପଶୁପକ୍ଷୀ ମହୀଶୂର ଚିଡିଆଖାନାକୁ ଯାଇଛନ୍ତି। ଏହାସହିତ ବିଭିନ୍ନ ସ୍ଥାନରୁ ହାତୀ ଶାବକ,ବଜ୍ରକାପ୍ତା,କୁମ୍ଭୀର,କଇଁଛ,ଭାଲୁ ଆଦି ପଶୁପକ୍ଷୀ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବାବେଳେ ଜନ୍ତୁ ବିଭାଗର ପରିଚାଳନା ଗତତ୍ରୃଟି ଯୋଗୁଁ ଭାଲୁ,ବଜ୍ରକାପ୍ତା,କୁମ୍ଭୀର ଆଦି ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଛି।
ଅତୀତରେ ବିଭିନ୍ନ ପରିଚାଳନାଗତ ତ୍ରୁଟିକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ବିବାଦରେ ରହିଛନ୍ତି।

ହୁଲକ୍ ଗିବନ୍(ଆଦିମାନବ) ଖୁଆଡ କାମ ନସରୁଣୁ ୩ଥର ପ୍ରାଚୀର ଭୁଶୁଡିବା ଓ ୫ଥର ଦବିବା, ଶାରୀ ଚୋରି କରିବା ପାଇଁ ୭ନମ୍ବର(ଗ) ଖୁଆଡ ତାଲା ଭାଙ୍ଗିବା, ପାଦଚଲା ବିହଙ୍ଗ ସାରଣୀ ଉପର ଜାଲି କଣା କରି ପକ୍ଷୀ ବାହାରକୁ ବାହାରି ଯିବା ସହ ବାହାରୁ ଚିଲ, ଛଞ୍ଚାଣ ପଶି ପକ୍ଷୀ ଅଣ୍ଡା ଛୁଆ ମାରି ଖାଇବା ଓ ବିଭିନ୍ନ ସମୟରେ ଖୁଆଡ ଭିତରେ ପଶୁପକ୍ଷୀଙ୍କ ମଧ୍ୟରେ ସଂଘର୍ଷ ଘଟି ମୃତ୍ୟୁ ହେବା, ବାହାର ଚିଲ ଆକ୍ରମଣରେ ହୁୁଲକ୍ ଗିବନ୍ ଆହତ, ଖୁଆଡରେ ପଶି ବୁଲା ମାଙ୍କଡ ପଶୁପକ୍ଷୀଙ୍କ ଖାଦ୍ୟ ଖାଇବା, ଖୁଆଡକୁ ଅନେକ ସମୟରେ ପାଣି ନ ଆସିବା ଓ ପଦାରେ ଅପଚୟ ହେବା ଜନ୍ତୁ ବିଭାଗର ଜୀବ ବିଜ୍ଞାନୀ,ଜନ୍ତୁ କ୍ୟୁରେଟର ଓ ଜନ୍ତୁ ବନାଞ୍ଚଳ (ରେଞ୍ଜର)ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସେହିପରି ଶିଶୁଉଦ୍ୟାନରୁ ଜମ୍ପିଂ ଖେଳନା ଗାଏବ୍ ଓ ବା‌େ‌ମ୍ବାସେଟ ଉଦ୍ୟାନ ଉଦଘାଟନ ପୂର୍ବରୁ ବିଭିନ୍ନ ପ୍ରଜାତିର ବାଉଁଶ ଓ ଘାସ ମରି ନଷ୍ଟ ହେବା ଆଦି ଅନେକ ସମସ୍ୟା ପରିଲକ୍ଷିତ ହୋଇଛି।

Comments are closed.