ଗୌସିକ ଫିଟନେସ ପାର୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଦୁଇ ଅନ୍ତର୍ଜାତୀୟ ବଡି ବିଲ୍ଡର
ନବରଙ୍ଗପୁର: ନବରଙ୍ଗପୁର ଗୌସିକ ଫିଟନେସ ପାର୍କରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। । ବଡି ବିଲ୍ଡିଂଗ କ୍ଷେତ୍ରରେ ସୁନାମ ଅର୍ଜନ କରି ଓଡିଶା ମାଟିର ନାଁକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଥିବା ଦୁଇ ଖେଳାଳି
ଗତ ନଭେମ୍ବର ମାସରେ କୋରିଆରେ ଆୟୋଜିତ ବିଶ୍ୱ ବଡି ବିଲ୍ଡିଂଗ ଚମ୍ପିୟାନସିପ, ମିଷ୍ଟର ୱାର୍ଲଡ଼ ପ୍ରତିଯୋଗୀତା ରେ ୬୦କେ.ଜି ବର୍ଗରେ ରୌପ୍ୟ ପଦକ ଜିତି ସମଗ୍ର ବିଶ୍ୱରେ ଓଡିଶାର ଟେକ ରଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶିରେ ପୁରସ୍କୃତ ହେଇଥିବା ନାରାୟଣ ବାରିକ ଏବଂ ମାଲଦୀପ ଠାରେ ଆୟୋଜିତ ମିଷ୍ଟର ସାଉଥ ଏସିଆ ରେ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ପୁଲିସ ବିଭାଗର ସର୍ବ ଭାରତୀୟ ସ୍ତରରେ ସ୍ୱର୍ଣ୍ଣ , ୨୦୧୫ ରେ ମିଷ୍ଟର ଇଣ୍ଡିଆରେ ରୋପ୍ୟ ଏବଂ ମିଷ୍ଟର ଓଡିଶାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବଲାଲ ଖାଁ, ଏଇ ଦୁଇ ପ୍ରତିଭାବାନ କ୍ରୀଡ଼ାବିତ ଆଜି ଗୌସିକ ଫିଟନେସ ପାର୍କ ଜିମରେ ପହଂଚିବା ପରେ ଜିମର ପ୍ରତିଷ୍ଠାତା ତଥା ଜାତୀୟ ପ୍ରତିଯୋଗିତାର ବିଚାରକ ଏବଂ ରାଜ୍ୟ ବଡି ବିଲ୍ଡିଂଗ ଆସୋସିଏସନର ସାଧାରଣ ସମ୍ପାଦକ ରୋମିଓ ପାତ୍ର ତାଙ୍କୁ ସ୍ବାଗତ ଜଣେଇଥିଲେ ।
ଜିମରେ ଏହି କ୍ରୀଡ଼ାବିତମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ମହେଶ୍ବର ନାୟକ , ଜିଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସହ ବରିଷ୍ଠ କ୍ରୀଡ଼ାବିତ ତଥା ଜିଲା କ୍ରୀଡା ସଙ୍ଘର ସହ ସମ୍ପାଦକ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏଇ କ୍ରୀଡ଼ାବିତ ମାନଙ୍କୁ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିମରେ ବହୁ ସଂଖ୍ୟକ ସଦସ୍ୟ ଯୋଗ ଦେଇ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଇ ନିୟମିତ ବ୍ୟାୟାମ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଜିମର ପ୍ରତିଷ୍ଠାତା ରୋମିଓ ପାତ୍ର ଙ୍କୁ ଧନ୍ୟବାଦ ଜଣେଇଛନ୍ତି ଏଇ କ୍ରୀଡ଼ାବିତମାନେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମୀର ପାତ୍ର, ହେମନ୍ତ ସୁର, କିରଣ ରଥ, ରାଜ ଲିମା ,ସଞ୍ଜୟ ସାହୁ, ଦେବାୟ ଷଡଙ୍ଗୀଙ୍କ ସହ ଜିମର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି ବଡି ବିଲ୍ଡର ମାନଙ୍କୁ ଦେଖିବା ପାଇଁ ଯୁବ ପିଢ଼ିଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା।
Comments are closed.