ନାବାଳିକାକୁ ଗଣବଳ।ତ୍କାର ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

ନବରଙ୍ଗପୁର: ଜଣେ ନାବାଳିକାକୁ ଗଣ ବଳ।ତ୍କାର ରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ନବରଙ୍ଗପୁର  ଅତିରିକ୍ତ ଜିଲା ଓ ଦୌରା ବିଚାରପତି  ତଥା  ସ୍ୱତନ୍ତ୍ର ଅଦାଲତ (ପୋକ୍ସ) ପ୍ରଣତି ସାହା  ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି । ଏହାସହିତ ପ୍ରତ୍ୟେକଙ୍କୁ  ୪୦ ହଜାର ଟଙ୍କା ଲେଖାଏଁ  ଜୋରିମାନା ଓ ଏହି ଟଙ୍କା ଅନଦେୟରେ ଅତିରିକ୍ତ ୬ ମାସ  ସଶ୍ରମ କାର।ଦଣ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

prayash

ଘଟଣା ଅନୁସାରେ ଗତ ୨୭.୦୯.୨୦୨୦  ସନ୍ଧ୍ୟା ୫  ଟାରେ ଝରିଗାଁ ଥାନା ଅନ୍ତର୍ଗତ ଟେମରା (ଡ଼ଙ୍ଗରିଗୁଡା)ର ଜଣେ ୧୭ ବର୍ଷୀୟ ନାବାଳିକା ଗାଁ ପାଖ ନଦୀରୁ ଏକ ଡେକଚିରେ  ପାଣିଧରି ଘରୁ ଫେରୁଥିଲେ। ଏହି ସମୟରେ  ଘର ପାଖ ମକା ବାଡ଼ରେ  ପୂର୍ବରୁ ଲୁଚି ରହିଥିବା ଗ୍ରାମର ୩ ଜଣ ଝିତୁ ଜ।ନୀ,ମାଧବ ଜ।ନୀ ଓ ସନୁ ଜ।ନୀ  ପଛ ପଟୁ ଆସି ନାବାଳିକା ମୁଣ୍ଡରେ ବୋହିଥିବା ପାଣି ଡେକଚିକୁ ଫିଙ୍ଗି ଦେଇ ଟେକି ନେଇଥିଲେ । କିଛି ଦୂର ଗଲାପରେ ଏହି ୩ଜଣ ସମ୍ପୃକ୍ତ ନାବାଳିକାଙ୍କୁ  ଗଣବଳାତ୍କାର  କରିଥିଲେ । ଏହି ସମୟରେ ସେ ପାଟି କରିବାରୁ ଅଭିଯୁକ୍ତମାନେ ପାଟିକୁ ଚାପି ଧରିଥିଲେ । ପରେ ଏହି ଘଟଣା ସମ୍ପର୍କରେ ପିଡ଼ୀତା ଝରିଗାଁ ଥାନାରେ ଏତଲା ଦେବା ପରେ ପୁଲିସ  ଏକ ମାମଲା ରୁଜୁ କରି ଅଭିଯୁକ୍ତମ।ନଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଥିଲା ।

ଏହି ମାମଲା ନବରଙ୍ଗପୁର ଅତିରିକ୍ତ ଜିଲା ଓ ଦୌରା ବିଚାରପତି  ଙ୍କର ଅଦାଲତରେ ବିଚାରଣା କରାଯାଇଥିଲେ । ସମସ୍ତ ୧୯ ଜଣ ସାକ୍ଷ ପ୍ରମାଣ  ଓ ଡାକ୍ତରୀ ମ।ଇନା ରିପୋର୍ଟକୁ ଆଧାର କରି ବିଚାରପତି ଅଭିଯୁକ୍ତ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଛନ୍ତି । ଏହିମାମଲା ସରକାର ଙ୍କର ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସଚ୍ଚିଦାନନ୍ଦ ସ୍ୱାଇଁ ପରିଚାଳନା କରିଥିଲେ ।

Comments are closed.