www.samajalive.in
Tuesday, December 9, 2025
23.1 C
Bhubaneswar

ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ବୋବେଇ ଗାଁରେ ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କରି ଜମିରେ ଭାଇ ପୋତି ଦେଇଥିବା ଜଣାପଡ଼ିଛି। ହତ୍ୟାର ୧୧ ଦିନ ପରେ ପୁଲିସ ମୃତଦେହ ଉଦ୍ଧାର କରିଛି। ପୁଲିସ ଏହି ଘଟଣାରେ ନଡ଼ଗୁର ଭାଇ ରହିଦାସ ଗଣ୍ଡ ସମେତ ୩ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତ କିଛି ବର୍ଷ ତଳେ ଏମାନଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ବାପାର ମୃତ୍ୟୁ ପରେ ଜମିଜମାକୁ ନେଇ ଦୁଇଭାଇ ମଧ୍ୟରେ ବିବାଦ ଲାଗି ରହିଥିଲା। ଏଥିପାଇଁ ରହିଦାସ ନଡ଼ଗୁ ଉପରେ ରାଗ ରଖିଥିଲା । ବାଟରୁ ହଟାଇବା ପାଇଁ ଯୋଜନା କରୁଥିଲା। ଗତ ୧୭ ତାରିଖ ଦିନରେ ନଡ଼ଗୁଙ୍କୁ ବିଲକୁ ଡାକି ହତ୍ୟା କରିଥିଲେ। ଘଟଣାସ୍ଥଳରେ ନଡ଼ଗୁଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହକୁ ପାଖ ଜମିରେ ପୋତି ଦେଇଥିଲେ। ନଡ଼ଗୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଲରୁ ଘରକୁ ନ ଫେରି ବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଦୀର୍ଘ ୧୧ ଦିନ ପରେ ପୁଲିସ ମୃତ ଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories