www.samajalive.in
Sunday, December 7, 2025
14.1 C
Bhubaneswar

ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର : ଡାକ୍ତରଖାନାରେ ବେଡ଼୍ ଅଭାବ, ଗୋଟିଏ ବେଡ଼ରେ ଦୁଇଜଣ ରୋଗୀଙ୍କୁ ଚିକିତ୍ସା

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସ୍ଵାସ୍ଥ୍ୟ କେନ୍ଦ୍ରରେ ବେଡର ଅଭାବ ଯୋଗୁଁ ଗୋଟିଏ ବେଡ଼ ରେ ଦୁଇଜଣ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଅଛି। ନବରଙ୍ଗପୁର ଜିଲାର ଉପାନ୍ତ ଅଂଚଳ ରାଇଘର ବ୍ଲକ ଅନ୍ତର୍ଗତ ହାଟ ଭରଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଅଛି ଏପରି ଅଭାବନୀୟ ଘଟଣା । ନବରଙ୍ଗପୁର ଜିଲାରେ ସ୍ୱାସ୍ଥ୍ୟ ସେବାକୁ ନେଇ ଲୋକେ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ନିକଟରେ ଉତ୍ତମ ସେବା ପାଇଁ ଦାବି କରି ଆସୁଥିଲେ ହେଁ ଜିଲ୍ଲାରେ ଡାକ୍ତର ଓ କର୍ମଚାରୀ ଅଭାବ ଲାଗି ଏହାର ପରିଣାମ ସାଧାରଣ ଲୋକେ ଭଗୁଥିବା ଦେଖାଦେଇଛି ।

ଏପରି ସ୍ଥଳେ ସ୍ୱାସ୍ଥ୍ୟ ବିଭାଗର ଅପାରଗତା ଯୋଗୁଁ ଏପରି ଦୃଶ୍ୟ ମାନ ଦେଖିବାକୁ ମିଳୁଅଛି ବୋଲି ଉମରକୋଟ ବିଧାୟକ ନିତିୟାନନ୍ଦ ଗଣ୍ଡ କ୍ଷୋଭ ପ୍ରକାଶ କରିବା ସହ ନବରଙ୍ଗପୁର ଜିଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ଥ ହୋଇ ଥିବା ବେଳେ ସରକାରଙ୍କ ଅପାରଗତା ଯୋଗୁଁ ଏପରି କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ପଡୁଥିବା ବେଳେ ଦୁଇ ଜଣ ରୋଗୀଙ୍କୁ ଗୋଟିଏ ବେଡ଼ ରେ ରଖି ଚିକିତ୍ସା କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଲଜ୍ୟାର ବିଷୟ ବୋଲି କହିଥିଲେ । ଏନେଇ ସ୍ଥାନୀୟ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ଯଦି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଗାଇଡ଼ଲାଇନ କୁ ମାନୁ ନାହାନ୍ତି ତେବେ ବାକି ସାଧାରଣ ଜନତା କିଭଳି କୋଭିଡ ଗାଇଡ଼ ଲାଇନ ମାନୁଥିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories