www.samajalive.in
Monday, December 15, 2025
24.1 C
Bhubaneswar

ଚନ୍ଦ୍ରରେ ନଜର ଆସିଲା ରହସ୍ୟମୟ ଯାନ, ଯାଞ୍ଚ ପରେ ଚକିତ ହେଲା ନାସା

ନୂଆଦିଲ୍ଲୀ : ନାସାର ଲୁନର ରିକନ୍ସେନ୍ସ ଅର୍ବିଟର ଚନ୍ଦ୍ରର ଫଟୋ ନେଉଛି । ସେ ଲଗାତର ଚନ୍ଦ୍ରର ଚାରିପଟେ ଚକ୍କର କାଟୁଛି । ତେବେ ଏହା ମଧ୍ୟରେ ତାକୁ ଏକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଛି । ଏହି ରହସ୍ୟମୟ ଜିନିଷ ଏକ ସର୍ଫବୋର୍ଡ ଭଳି ନଜର ଆସିଛି ।

ପ୍ରଥମେ ଏହା କୌଣସି ୟୁଏଫଓ ବା ଏଲିୟନମାନଙ୍କ ଜାହାଜ ଭଳି ନଜର ଆସୁଥିଲା । ଏହା ଦେଖି ନାସା ବୈଜ୍ଞାନିକମାନେ ଚକିତ ହୋଇଗଲେ । କାରଣ ବୈଜ୍ଞାନିକମାନେ ପୂର୍ବରୁ କେବେ ଏଭଳି ଲମ୍ବ ଆକାରର ବସ୍ତୁ ଚନ୍ଦ୍ର ପାଖରେ ଦେଖିନଥିଲେ । ପରେ ଏଲଆରଓ ନେଇଥିବା ଫଟୋକୁ ଯାଞ୍ଚ କରାଗଲା । ଏହା ପରେ ତାର ଆଉ କିଛି ଫଟୋ ନିଆଗଲା ।

ବୈଜ୍ଞାନିକଙ୍କ ହାତରେ ଲାଗିଲା ଏହି ଗ୍ରହର ବଡ ରହସ୍ୟ

- Advertisement -

ତେବେ ଶେଷରେ ଜଣାପଡିଲା କି ଏହି ରହସ୍ୟମୟ ବସ୍ତୁଟି ଦକ୍ଷିଣ କୋରିଆର ଲୁନର ଅର୍ବିଟର ଦାନୁରୀ । ଏହାର ଆକାର ଏମିତି ନଜର ଆସିବାର କାରଣ ନାସାର ଏଲଆରଓ ଏବଂ କୋରିଆର ଦାନୁରୀ ଅଲଗା ଅଲଗା ଅର୍ବିଟରେ ଏକାଠି ବୁଲୁଥିଲେ । ଏଲଆରଓ ଏବଂ ଦାନୁରୀ ମଧ୍ୟରେ ଗତିରେ ଅନ୍ତର ପ୍ରାୟ ୧୧,୫୦୦ କିଲୋମିଟର ପ୍ରତି ଘଣ୍ଟା । ଏଥିପାଇଁ ଏଲଆରଓ ନେଇଥିବା ଫଟୋରେ ଛୋଟ ଦାନୁରୀ ମହାକାଶଯାନ ଏକ ବିଶାଳ ଏଲିୟନ ଜାହାଜ ଭଳି ନଜର ଆସୁଥିଲା । ତୀବ୍ର ଗତି ଯୋଗୁଁ ଏହା ପ୍ରାୟ ୧୦ ଗୁଣା ଅଧିକ ବଡ ଦେଖାଯାଉଥିଲା ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories