www.samajalive.in
Sunday, December 14, 2025
26.1 C
Bhubaneswar

ଚନ୍ଦ୍ରରେ ନଜର ଆସିଲା ରହସ୍ୟମୟ ଯାନ, ଯାଞ୍ଚ ପରେ ଚକିତ ହେଲା ନାସା

ନୂଆଦିଲ୍ଲୀ : ନାସାର ଲୁନର ରିକନ୍ସେନ୍ସ ଅର୍ବିଟର ଚନ୍ଦ୍ରର ଫଟୋ ନେଉଛି । ସେ ଲଗାତର ଚନ୍ଦ୍ରର ଚାରିପଟେ ଚକ୍କର କାଟୁଛି । ତେବେ ଏହା ମଧ୍ୟରେ ତାକୁ ଏକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଛି । ଏହି ରହସ୍ୟମୟ ଜିନିଷ ଏକ ସର୍ଫବୋର୍ଡ ଭଳି ନଜର ଆସିଛି ।

ପ୍ରଥମେ ଏହା କୌଣସି ୟୁଏଫଓ ବା ଏଲିୟନମାନଙ୍କ ଜାହାଜ ଭଳି ନଜର ଆସୁଥିଲା । ଏହା ଦେଖି ନାସା ବୈଜ୍ଞାନିକମାନେ ଚକିତ ହୋଇଗଲେ । କାରଣ ବୈଜ୍ଞାନିକମାନେ ପୂର୍ବରୁ କେବେ ଏଭଳି ଲମ୍ବ ଆକାରର ବସ୍ତୁ ଚନ୍ଦ୍ର ପାଖରେ ଦେଖିନଥିଲେ । ପରେ ଏଲଆରଓ ନେଇଥିବା ଫଟୋକୁ ଯାଞ୍ଚ କରାଗଲା । ଏହା ପରେ ତାର ଆଉ କିଛି ଫଟୋ ନିଆଗଲା ।

ବୈଜ୍ଞାନିକଙ୍କ ହାତରେ ଲାଗିଲା ଏହି ଗ୍ରହର ବଡ ରହସ୍ୟ

- Advertisement -

ତେବେ ଶେଷରେ ଜଣାପଡିଲା କି ଏହି ରହସ୍ୟମୟ ବସ୍ତୁଟି ଦକ୍ଷିଣ କୋରିଆର ଲୁନର ଅର୍ବିଟର ଦାନୁରୀ । ଏହାର ଆକାର ଏମିତି ନଜର ଆସିବାର କାରଣ ନାସାର ଏଲଆରଓ ଏବଂ କୋରିଆର ଦାନୁରୀ ଅଲଗା ଅଲଗା ଅର୍ବିଟରେ ଏକାଠି ବୁଲୁଥିଲେ । ଏଲଆରଓ ଏବଂ ଦାନୁରୀ ମଧ୍ୟରେ ଗତିରେ ଅନ୍ତର ପ୍ରାୟ ୧୧,୫୦୦ କିଲୋମିଟର ପ୍ରତି ଘଣ୍ଟା । ଏଥିପାଇଁ ଏଲଆରଓ ନେଇଥିବା ଫଟୋରେ ଛୋଟ ଦାନୁରୀ ମହାକାଶଯାନ ଏକ ବିଶାଳ ଏଲିୟନ ଜାହାଜ ଭଳି ନଜର ଆସୁଥିଲା । ତୀବ୍ର ଗତି ଯୋଗୁଁ ଏହା ପ୍ରାୟ ୧୦ ଗୁଣା ଅଧିକ ବଡ ଦେଖାଯାଉଥିଲା ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories