www.samajalive.in
Saturday, December 6, 2025
16.1 C
Bhubaneswar

ବୈଜ୍ଞାନିକଙ୍କ ହାତରେ ଲାଗିଲା ଏହି ଗ୍ରହର ବଡ ରହସ୍ୟ

ସମାଜ ଡିଜିଟାଲ ଡେସ୍କ: ବୈଜ୍ଞାନିକମାନେ ସୌରମଣ୍ଡଳ ବାହାରେ ଏକ ଗ୍ରହ ଉପରୁ ରହସ୍ୟ ଉନ୍ମୋଚନ କରିଛନ୍ତି। ଯେଉଁଥିରେ ଲୁହାର ବର୍ଷା ହେଉଛି। ଏହି ଗ୍ରହର ନାମ ହେଉଛି WASP-76b । ବୈଜ୍ଞାନିକଙ୍କ ମତରେ ଏହି ଗ୍ରହାର ଲୁହା ବର୍ଷା ହେବା ସହିତ ଇନ୍ଦ୍ରଧନୁ ସୃଷ୍ଟି ହେବା ଭଳି ଘଟଣା ଘଟିଥାଏ। ଯାହାକୁ ଗ୍ଲୋରୀ ନାମରେ ନାମିତ କରାଯାଇଛି। ସୌରମଣ୍ଡଳ ବାହାରେ ଦେଖାଯାଉଥିବା ଏହି ଗ୍ରହଗୁଡିକୁ ଏକ୍ସପ୍ଲାନେଟ୍‌‌ କୁହାଯାଏ। ରିପୋର୍ଟ ଅନୁସାରେ ଏହା ପୂର୍ବରୁ ସୌରମଣ୍ଡଳ ବାହାରେ ଏଭଳି ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। WASP-76b ହେଉଛି ଏକ ଗ୍ୟାସ୍‌‌ ବଲ୍‌‌ ସଦୃଶ୍ୟ। ଯାହା ଆମ ପୃଥିବୀଠାରୁ ୬୩୭ ଆଲୋକ ବର୍ଷ ଦୂରରେ ରହିଛି।

ଏହି ଗ୍ରହ ୨୦୧୩ ମସିହାରେ ପ୍ରଥମେ ଆବିଷ୍କୃତ ହୋଇଥିଲା। ଏହା ହଳଦିଆ ତାରାଙ୍କଠାରୁ ୪.୮ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ସୂର୍ଯ୍ୟଙ୍କଠାରୁ ଏହା ୧.୫ଗୁଣ ଲମ୍ବା ଏବଂ ଚଉଡା ୧.୭୫ଗୁଣ ହେବ ବୋଲି କୁହାଯାଇଛି। ଏହି ଗ୍ରହରେ ଲୁହା ବର୍ଷା ହେବାର କାରଣ ହେଉଛି ଏହା ତାରାକାଠାରୁ ସ୍ୱଳ୍ପ ଦୂରତାରେ ଅବସ୍ଥିତ। କମ୍‌‌ ଦୂରତା ଯୋଗୁ ଗ୍ରହକୁ ଆଲୋକର ସାମ୍ନା କରିବାକୁ ପଡୁଛି। ଏହି ଗ୍ରହର ତାପମାତ୍ରା ୨୪୦୦ ଡିଗ୍ରୀ ସେଲସିୟସ୍‌‌ ଅତିକ୍ରମ କରିସାରିଛି। ଏହି ତାପମାତ୍ରା ଧାତୁକୁ ବାଷ୍ପୀଭୂତ କରିବାକୁ ଯଥେଷ୍ଟ ହୋଇଥାଏ। ଉଚ୍ଚ ତାପମାତ୍ରା ହେତୁ ଲୁହା ବାଷ୍ପରେ ପରିଣତ ହୋଇଛି। ପ୍ରବଳ ବେଗରେ ପବନ ଯୋଗୁ ବାଷ୍ପକୁ ଅନ୍ୟପାଶ୍ୱର୍କୁ ନେଉଥିବାରୁ ମେଘ ସୃଷ୍ଟି ହୋଇ ଲୁହା ବର୍ଷା ହେଉଛି। ଆମେରିକାର ସ୍ପେସ୍‌‌ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ୍‌‌ ଏଜେନ୍ସିର ମିଶନରେ ଏହା ସାମ୍ନାକୁ ଆସିଛି। ଏହି ମିଶନ ୨୦୧୯ରେ ଆରମ୍ଭ କରାଯାଇଥିଲା। ତିନି ବର୍ଷରେ ଏହି ଗ୍ରହକୁ ଅନେକ ଥର ପରୀକ୍ଷଣ କରାଯାଇଛି।

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories