www.samajalive.in
Saturday, December 6, 2025
14.1 C
Bhubaneswar

ଆୟର୍ଲାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌, ଶୁଭେଚ୍ଛା ଜଣାଇଲେ ମୋଦୀ

ଡବଲିନ୍: ଆୟର୍ଲାଣ୍ଡର ଚିତ୍ର ଏବେ ବଦଳିପାରେ, କାରଣ ଲିଓ ଭରାଡକରଙ୍କ ଇସ୍ତଫା ପରେ ଦେଶର ଶାସନ ଭାର ଯୁବକ ନେତୃତ୍ଵଙ୍କୁ ହସ୍ତାନ୍ତର କରାଯାଇଛି। ଶାସକ ଫାଇନ୍‌ ଗେଲ୍‌ ପାର୍ଟି ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ୍‌ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ଭରାଡକର ଆୟର୍ଲାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ଥିଲେ। ଗତ ମାସ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ହାରିସ୍‌ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା ଏବଂ ତାହା ହିଁ ହେଲା। ମଙ୍ଗଳବାର ଆୟର୍ଲାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ ୮୮ଟି ଭୋଟ୍ ପଡ଼ିଥିଲା। ତାଙ୍କୁ ମେଣ୍ଟ ଦଳଗୁଡ଼ିକ ସହ ଅନେକ ନିର୍ଦଳୀୟ ସାଂସଦଙ୍କର ମଧ୍ୟ ସମର୍ଥନ ମିଳିଥିଲା।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟର୍ଲାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିବାରୁ ସାଇମନ୍‌ ହାରିସ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘‘ଆମେ ଆମର ଐତିହାସିକ ସମ୍ପର୍କକୁ ଅତ୍ୟଧିକ ଗୁରୁତ୍ୱ ଦେଉ, ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଏକ ସହଭାଗୀ ବିଶ୍ୱାସ ଉପରେ ଆଧାରିତ। ଭାରତ-ଆୟର୍ଲାଣ୍ଡ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ମଜଭୁତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଶାବାଦୀ ଅଛି’’।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories