www.samajalive.in
Monday, December 15, 2025
16.1 C
Bhubaneswar

ମଟନ କୋଫତା ତରକାରୀ

ଆବଶ୍ୟକ ସାମଗ୍ରୀ
କିମା ମଟନ – ୫୦୦ ଗ୍ରାମ
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଅଦା ବଟା – ଅଳ୍ପ
ରସୁଣ ବଟା – ଅଳ୍ପ
ଚିଲି ସସ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଅଦା ଗୁଣ୍ଡ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ଗୋଟା ମସଲା – ଲବଙ୍ଗ, ଗୁଜୁରାତି, ଡ଼ାଲଚିନି
ଦହି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କିମା ହୋଇଥିବା ମଟନ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲୁଣ, ଅଦା ବଟା, ରସୁଣ ବଟା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ହାତରେ ସାମାନ୍ୟ ତେଲ ଲଗାଇ ଗୋଳାଇଥିବା ମଟନରୁ ଛୋଟ ଛୋଟ ବଲ୍‍ ଆକୃତିର କରନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ କିଛି ୩ ରୁ ୪କପ ପାଣି ଦିଅନ୍ତୁ। ଏହା ଭିତରେ ପ୍ରସ୍ତୁତ କରିଥିବା ବଲ ଆକୃତିର ମଟନକୁ ରଖି ଏକ ଘୋଡ଼ଣୀ ଘୋଡ଼ାଇ ୩୦ ମିନିଟ ଗ୍ୟାସରେ ବସାନ୍ତୁ। ୩୦ ମିନିଟ ପରେ ମଟନ ବଲ୍‍ ଗୁଡ଼ିକୁ ପାଣିରୁ ବାହାର କରି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏକ ପାତ୍ରରେ ଦହି ନେଇ ଏଥିରେ ଚିଲି ସସ, ସାମାନ୍ୟ ଲୁଣ, ଅଦାଗୁଣ୍ଡ , ରସୁଣ ବଟା, ଧନିଆ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଅଳ୍ପ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ଗୋଟା ମସଲା (ଲବଙ୍ଗ, ଡ଼ାଲଚିନି, ଗୁଜୁରାତି ) ପକାଇ ଦହି ମିଶ୍ରଣକୁ ପକାଇ ଗୋଳାନ୍ତୁ। ଏଥିରେ ପୂର୍ବ ପ୍ରସ୍ତୁତ ହୋଇଥିବା ମଟନ ବଲ୍‍ କୁ ପକାଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ କୋଫତା ତରକାରୀ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories