www.samajalive.in
Sunday, December 7, 2025
14.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ ‘ସୋରିଷ ଶାଗ’

ସମସ୍ତ ଓଡିଆଙ୍କ ଖାଦ୍ୟ ଥାଳୀରେ ଶାଗ ରହିଥାଏ। ବିଭିନ୍ନ ପ୍ରକାରର ଶାଗ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗ ଖୁବ୍ ଉପକାରୀ। ଏଥିରେ ଭିଟାମିନ, ମିନେରାଲସ୍ ଓ ଫାଇବର ପରି ପୋଷକ ତତ୍ତ୍ବ ରହିଛି। ସୋରିଷ ଶାଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଏଥିରେ କାର୍ବୋହାଇଡ୍ରେଟ, ଫାଇବର, ଶର୍କରା, ପୋଟସିୟମ, ଭିଟାମିନ୍‌ –ଏ, ସି, ଡି, ବି-୧୨, ମ୍ୟାଗ୍ନେସିୟମ, ଆଇରନ ଓ କ୍ୟାଲସିୟମ ସହ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ସୋରିଷ ଶାଗ ଖାଇବା ଦ୍ବାରା କୋଲେଷ୍ଟ୍ରଲର ସ୍ତର କମ ହେବା ସହ ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ। ତେବେ ଆସନ୍ତୁ ଜାଣିବା, ସୋରିଷ ଶାଗ ଖାଇବା ଦ୍ବାରା ଶରୀରକୁ କ’ଣ ଉପକାରିତା ମିଳିଥାଏ …

ହଜମ ଶକ୍ତି ବଢାଏ :

- Advertisement -

ସୋରିଷ ଶାଗରେ ଫାଇବରର ମାତ୍ରା ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ। ଏହା ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ।

ହୃତପିଣ୍ଡ ସୁସ୍ଥ ରହିଥାଏ :

ସୋରିଷ ଶାଗ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଇଥାଏ। ଏହା ହୃତପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଓଜନ ନିୟନ୍ତ୍ରିତ ହୋଇଥାଏ :

ସୋରିଷ ଶାଗରେ ଫାଇବରର ମାତ୍ରା ଅଧିକ ରହିଛି। ଏହା ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ହାଡ ମଜଭୁତ ହୋଇଥାଏ :

ସୋରିଷ ଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ପୋଟାସିୟମ ରହିଛି। ଏହାକୁ ନିୟମିତ ଖାଇବା ଦ୍ବାରା ହାଡ ଶକ୍ତ ହୋଇଥାଏ। ଏହାସହ ହାଡ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

ଦୃଷ୍ଟି ଶକ୍ତି ବୃଦ୍ଧି କରେ :

ସୋରିଷ ଶାଗରେ ଭିଟାମିନ-ଏ ରହିଛି। ଏହା ଖାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories