ଜାଣନ୍ତୁ, ଗୁରୁଜନଙ୍କ ପାଦ ସ୍ପର୍ଶ କରିବାର ଲାଭ

0

ହିନ୍ଦୁ ପରମ୍ପରା ଅନୁସାରେ ଆର୍ଶୀବାଦ ଦେବାର ପରମ୍ପରା ବହୁତ ପୁରୁଣା ଅଟେ। ଗୁରୁଜନଙ୍କ ଆର୍ଶୀବାଦ ଆମ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଘରୁ ଯେକୌଣସି କାର୍ଯ୍ୟ ପାଇଁ ବାହାରକୁ ଗଲା ବେଳେ ବଡ଼ଙ୍କ ଆର୍ଶୀବାଦ ନେଇଯିବା ଉଚିତ। ଗୁରୁଜନଙ୍କ ଆଶୀର୍ବାଦ ଆମ ପାଇଁ ବରଦାମ ସଦୃଶ ହୋଇଥାଏ।
ପାଦ ଛୁଇଁ ମୁଣ୍ଡିଆ ମାରିବାର ଲାଭ:
ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଏକ ବିଶେଷ ପ୍ରକାର ଉର୍ଜା ରହିଥାଏ। ସେହି ଉର୍ଜା ବ୍ୟକ୍ତିଙ୍କର ହାତ ଓ ପାଦ ର ଆଙ୍ଗୁଠିରେ ପ୍ରବାହିତ ହୋଇଥାଏ। ସେହି ଉର୍ଜା ସ୍ପର୍ଶ ଦ୍ୱାରା ଜଣଙ୍କ ନିକଟରୁ ଅନ୍ୟ ଜଣଙ୍କ ନିକଟକୁ ପହଞ୍ଚି ଥାଏ। ହାତରେ ପାଦକୁ ଛୁଇଁବା ଦ୍ୱାରା ବ୍ୟକ୍ତିଙ୍କ ଉର୍ଜା ନିଜ ଆଡ଼କୁ ଟାଣି ନେଇଥାଏ। ଏହି ପ୍ରକାରରେ ମୁଣ୍ଡରେ ହାତ ରଖିବା ଦ୍ୱାରା ମଧ୍ୟ ଉର୍ଜା ଆମ ଶରୀରକୁ ଆସିଥାଏ।

ପାଦ ଛୁଇଁବାର କିଛି ନିୟମ:
ଗୁରୁଜନଙ୍କ ପାଦ ସ୍ପର୍ଶ କରନ୍ତୁ। ପାଦ ସ୍ପର୍ଶ କରିବା ସମୟରେ ଶ୍ରଦ୍ଧାର ସହ ସ୍ପର୍ଶ କରନ୍ତୁ। ଯଦି ମୁଣ୍ଡ ନୁଆଇଁ ପାଦ ସ୍ପର୍ଶ କରୁଛନ୍ତି ତେବେ ହାତର ଆଙ୍ଗୁଠି ଦ୍ୱାରା ପାଦର ଆଙ୍ଗୁଠିକୁ ସ୍ପର୍ଶ କରନ୍ତୁ। ଯଦି ଆଣ୍ଠୁ ତଳେ ପକାଇ ମୁଣ୍ଡିଆ ମାରୁଛନ୍ତି ତେବେ ମୁଣ୍ଡକୁ ପାଦରେ ଲଗାଇ ମୁଣ୍ଡିଆ ମାରନ୍ତୁ। ସାଷ୍ଟାଙ୍ଗ ପ୍ରଣାମ କେବଳ ନିଜର ଗୁରୁ ଓ ଇଷ୍ଟ ଦେବତାଙ୍କୁ କରନ୍ତୁ ଅନ୍ୟ କାହାକୁ କରନ୍ତୁ ନାହିଁ। ଯଦି କେହି ପାଦ ସ୍ପର୍ଶ କରୁଛନ୍ତି ତେବେ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦିଅନ୍ତୁ।
ପାଦ ସ୍ପର୍ଶ କରି ଗ୍ରହକୁ କିପରି ଅନୁକୂଳ କରିବେ?
ବାପାଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ସୂର୍ଯ୍ୟଙ୍କ ପ୍ରକୋପରୁ ରକ୍ଷା ପାଇ ପାରିବେ।
ମା ଙ୍କ ପାଦ ସ୍ପର୍ଶ କଲେ ଚନ୍ଦ୍ର ଖୁସି ହୋଇଥାନ୍ତି।
ଭାଇ ଓ ଭଉଣୀଙ୍କ ପାଦ ସ୍ପର୍ଶ କଲେ ମଙ୍ଗଳ ଗ୍ରହର ସମସ୍ୟାରୁ ରକ୍ଷା ପାଇ ପାରିବେ।
ବୃଦ୍ଧ ବ୍ୟକ୍ତିଙ୍କ ପାଦ ସ୍ପର୍ଶ କଲେ ବୁଧ ଗ୍ରହ ମଜଭୂତ ହୋଇଥାଏ।

Leave A Reply