www.samajalive.in
Tuesday, December 9, 2025
17.1 C
Bhubaneswar

ମୁମ୍ବଇରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବଇରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ରାଜ୍ୟର ଗୁଇନ୍ଦା ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି । ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ ନିୟନ୍ତ୍ରିତ ମାଇକ୍ରୋ ଲାଇଟ୍ ଏୟାରକ୍ରାପ୍ଟ, ଏରିଅଲ୍ ମିସାଇଲ୍ କିମ୍ବା ପାରା ଗ୍ଲାଇଡର୍ସ ଦ୍ୱାରା ଆକ୍ରମଣ କରାଯାଇପାରେ। ଗୁଇନ୍ଦା ବିଭାଗର ସୂଚନା ପରେ ମୁମ୍ବଇ ପୁଲିସ ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦେଇଛି।


 

- Advertisement -

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ସହରର ଜନଗହଳି ପୂର୍ଣ୍ଣ ସ୍ଥାନ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଭିଆଇପି ଅଞ୍ଚଳରେ ଏଭଳି ଆକ୍ରମଣ ହେବାର ଆଶଙ୍କା ରହିଛି। ଗୁଇନ୍ଦା ବିଭାଗର ଚିଠି ପରେ ମୁମ୍ବଇ ପୁଲିସ ହାଇ ଆଲର୍ଟରେ ରହିବା ସହ ସତର୍କ ସୂଚନା ଜାରି କରିଛି। ଆଇପିସି ଧାରା ୧୪୪ ଅନୁସାରେ ଡ୍ରୋନ୍, ଲାଇଟ ଏୟାରକ୍ରାପ୍ଟ, ପାରା ଗ୍ଲାଇଡିଂକୁ ୩୦ ଦିନ ପାଇଁ ନିଷେଧ କରାଯାଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି ରହିବ ବୋଲି ମୁମ୍ବଇ ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories