www.samajalive.in
Sunday, December 7, 2025
23.1 C
Bhubaneswar

ବଜାର ପ୍ରବେଶ କଲା ମୋଟରୋଲାର ଟେକ୍- ୩ -ଟ୍ରାଇକ୍ସ ଓୟାରଲେସ ଇୟରବଡ

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା କରିବା ପରେ ମୋଟରୋଲାର ଟ୍ରୁ ଓୟାରଲେସ ଇୟରବଡ ଭାରତୀୟ ବଜାରରେ ବଜାରରେ ପର୍ବେଶ କରିଛି। ମୋଟରୋଲାର ଟେକ୍ ୩ ଟ୍ରାଇକ୍ସ ଇୟରବଡ୍(Tech3 TriX) ଗୋଟିଏରେ ତିନୋଟିର ଫିଚର ପାଇପାରିବେ। ଏହାକୁ ଆମେ ଥ୍ରୀ ଇନ ଓ୍ବାନ ମଧ୍ୟ କହି ପାରିବା । ଅର୍ଥାତ୍ ଆପଣ ଏହାକୁ ତିନୋଟି ଉପାୟରେ ତାର, ବିନାତାର ଏବଂ ଇୟରବଡ ରୁପେ ବ୍ୟବହାର କରିପାରିବେ। ଫ୍ଲିପକାର୍ଟରେଟେକ୍ ୩ ଟ୍ରାଇକ୍ସ ବିକ୍ରି ଆରମ୍ଭ ହୋଇଛି।

ମୋଟରୋଲା ଟେକ୍ ୩ ଟ୍ରାଇକ୍ସର ପ୍ରକୃତ ମୂଲ୍ୟ ହେଉଛି ୯,୯୯୯ ଟଙ୍କା କିନ୍ତୁ ବିକ୍ରୟ ଅଧୀନରେ ଏହା ୪,୯୯ ଟଙ୍କା ରିହାତି ସହିତ ୫,୯୯୯ ଟଙ୍କାରେ ବିକ୍ରି ହେଉଛି। ଏହି ଇୟରଫୋନ୍ ବଜାରରେ କେବଳ କଳା ରଙ୍ଗରେ ଉପଲବ୍ଧ।

- Advertisement -

ମୋଟରୋଲାର ଇୟରଫୋନର ସବୁଠାରୁ ବଡ ଫିଚର ହେଉଛି ଆପଣ ଏହାକୁ ତିନୋଟି ଉପାୟରେ ବ୍ୟବହାର କରିପାରିବେ। ଏହା ଏକ ହାଇବ୍ରିଡ୍ ଡିଜାଇନରେ ପ୍ରସ୍ତୁତ ହୋଇଛି। ସଂଯୋଗ ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ ଦିଆଯାଇଛି। ଏହାସହ ଚାର୍ଜିଂ କେସ୍ ରହିଛି ଏହାର ବ୍ୟାଟେରୀକୁ ଥରେ ଚାର୍ଜ କଲେ ୧୮ ଘଣ୍ଟା ସମୟ ପର୍ଯ୍ୟନ୍ତ ରଖିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହାର ବେତାର ମୋଡ୍ କମ୍ପାନୀ ଦ୍ୱାରା ସ୍ପୋର୍ଟ ଲୁପ୍ ନାମରେ ନାମିତ ହୋଇଛି। ଏହି ମୋଡ୍ ରେ, ଆପଣ ଏକ ତାର ମାଧ୍ୟମରେ ଇୟରବଡକୁ ସଂଯୋଗ କରିବାରେ ସକ୍ଷମ ହେବେ ଏବଂ ଏହାକୁ  ବେକରେ ପକାଇ ବ୍ୟବହାର କରିବେ। ଆମାଜନ ଆଲେକ୍ସା ସହିତ ଗୁଗୁଲ୍ ଆସିଷ୍ଟାଣ୍ଟ ଏବଂ ଆପଲ୍ ସିରି ମଧ୍ୟ ଏହି ଇୟରଫୋନରେ ସମର୍ଥନ କରାଯାଇଛି । ଏଥପାଇଁ ଭର୍ଭ ଲାଇଫ୍ ଆପ୍ ବ୍ୟବହାର କରିବାକୁ ପଡିବ। ଏହି ଆପରେ ଇୟରଫୋନ୍ ଚିହ୍ନଟ ଫିଚର ରହିଛି ଯାହା ମାଧ୍ୟମରେ ଆପଣ ଏହି ଇୟରଫୋନର ସଂଯୋଗ ମିଳିପାରିବ। ଜଳ ପ୍ରତିରୋଧକ ପାଇଁ IPX5 ରେଟିଂ ମଧ୍ୟ ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories