www.samajalive.in
Sunday, December 7, 2025
23.1 C
Bhubaneswar

ଦେବଗଡର ଝିଅ ମୋନା ମିନାକ୍ଷୀ ଜର୍ମାନ ବିଶ୍ୱ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ମନୋନୀତ

ଦେବଗଡ଼: ଦେବଗଡ କଚେରୀ ସାହିର ମୋନା ମିନାକ୍ଷୀ ମଞ୍ଜରୀ ଭୁକ୍ତା ଜର୍ମାନୀର ଜୋହାନ୍ସ ଗୁଟେନବର୍ଗ ବିଶ୍ୱ ବିଦ୍ୟାଳୟ, ମାଇଞ୍ଜରେ ନାନୋମାଗନେଟିଜିମ ଏବଂ ସ୍ପିନଟ୍ରୋନିକ୍ସ କ୍ଷେତ୍ରରେ ଯୁବ ଅନୁସନ୍ଧାନ ସହଯୋଗୀ ଭାବେ ମନୋନୀତ ହୋଇଛନ୍ତି। କ୍ଷୁ୍‍ଦ୍ରିକରଣ ଓ କମ ଶକ୍ତି ବ୍ୟବହାରରେ ଚାହିଦା ଅନୁସନ୍ଧାନର ଆଗ୍ରହକୁ ପାରମ୍ପରିକ ସଂରକ୍ଷଣ ଉପକରଣରୁ ନାନୋ-ଡାଇମେନ୍ସନାଲ ଚୁମ୍ବକୀୟ ଉପକରଣକୁ ସ୍ଥାନାନ୍ତରିତ କରିଛି। ନାନୋ ଚୁମ୍ବକୀୟ ଉପକରଣ ଅଳ୍ପ ସ୍ଥାନରେ ଅଧିକ ତଥ୍ୟ ସଂରକ୍ଷଣ କରିପାରିବ। ମୋନା ମିନାକ୍ଷୀ ସ୍ପିନ ଟେକ୍ସଚରର ଉଚ୍ଚ ସ୍ପେସିଆଲ ରିଜୋଲୁସନ ମାଗ୍ନେଟିକ ଇମେଜିଂରେ ଅନୁସନ୍ଧାନ କରିବେ। ଯାହା ଫଳରେ ଅଲଟ୍ରା- ଲୋ ପାୱାର ସହିତ ପେନ୍‍ ଡ୍ରାଇଭ୍‍, ହାଡର୍ ଡିସ୍କ୍‍ ଓ ରାମ୍‍ ଇତ୍ୟାଦି ଷ୍ଟୋରେଜ ଡିଭାଇସର ଆକାରକୁ ହ୍ରାସ କରିହେବ।

୧୯୯୭ ମସିହାରେ ଜନ୍ମିତ ମୋନା ମିନାକ୍ଷୀ ଦେବଗଡ ସହରର କଚେରୀ ସାହିର ପ୍ରଦ୍ୟୁମ୍ନ ଭୁକ୍ତା ଓ ନୟନୀ ଭୁକ୍ତାଙ୍କ ଝିଅ ହୋଇଥିବା ବେଳେ ୨୦୧୨ ମସିହାରେ ଦେବଗଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ବ୍ରହ୍ମପୁରର ନିଳକଣ୍ଠନଗର ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ଉଚ୍ଚ ମାଧ୍ୟମିକ ଶିକ୍ଷା (ଯୁକ୍ତ ୨) ହାସଲ କରିଥିଲେ। ସେ ଅନୁସନ୍ଧାନ କ୍ଷେତ୍ରରେ ଦେଶର ସମ୍ମାନ ଜନକ ପରୀକ୍ଷାରେ ନେଷ୍ଟ-୨୦୧୫ରେ ଯୋଗ୍ୟତା ହାସଲ କରିବାସହ ପଦାର୍ଥ ବିଜ୍ଞାନରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‍ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ (ନାଇଜର୍‍)ରେ ୫ବର୍ଷ ପାଠ୍ୟକ୍ରମରେ ଯୋଗଦେଇଥିଲେ। ସେ ପ୍ରୟାଗରାଜରେ ଏଚ୍‍.ଆର୍‍.ଆଇ. କରିବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ବର୍ଷରେ ସେ କଠିନ ପରିଶ୍ରମ କରି ଦ୍ୱିତୀୟ ଇଣ୍ଟର୍ନସିପ୍‍ ପାଇଁ ଆଇ.ଆଇ.ଟି, ବମ୍ବେ ଯାଇଥିଲେ। ଏହି ଚାରିବର୍ଷ ମଧ୍ୟରେ ‘ନାଇଜର’ରେ ତାଙ୍କର ପୋର୍ଟଫଲିଓକୁ ଏତେ ଶକ୍ତିଶାଳୀ କରିଥିଲେ ଯେ, ୨୦୧୯ରେ ଜର୍ମାନର କନଷ୍ଟାଣ୍ଟ ବିଶ୍ୱ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଅନୁସନ୍ଧାନ ଇଣ୍ଟର୍ନସିପ କରିବାର ସୁଯୋଗ ପାଇଲେ। ସେ ଉଚ୍ଚତର ଗବେଷଣା ପାଇଁ ସ୍ପିନଟ୍ରୋନିକ୍ସ କ୍ଷେତ୍ରରେ ମେନ୍ସରେ ଜୋହାନ୍ସ ଗୁଟେନବର୍ଗ ବିଶ୍ୱ ବିଦ୍ୟାଳୟରେ ଆବେଦନ କରିଥିଲେ। ୨୦୨୦ ମସିହା ଜାନୁୟାରୀ ମାସରେ ସେ ବିଶ୍ୱର ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ସହିତ ଜେଜିୟୁ, ମଇଞ୍ଜରେ ତାଙ୍କର ପୂର୍ବ ଅନୁନ୍ଧାନ ଅଭୀଜ୍ଞତା ବିଷୟରେ ଏକ ନିମନ୍ତ୍ରିତ ସେମିନା ଦେବାକୁ ନିମନ୍ତ୍ରିତ ହୋଇ ସେଠାକୁ ଯାଇଥିଲେ। ଏଥିସହ ସେଠାରେ ଜଣେ ଯୁବ ବୈଜ୍ଞାନିକ ଭାବେ ମନୋନୀତ ହୋଇଥିଲ। ଯାହାକି ୨୦୨୦ ମଇ ମାସରେ ଯୋଗଦେବାକୁ ସ୍ଥିର ହୋଇଥିଲା। ମାତ୍ର କୋଭିଡ-୧୯ ମହାମାରୀ ଯୋଗୁଁ ଏହା ୪ ମାସ ବିଳମ୍ବିତ ହୋଇଥିଲା। ମୋନା ମିନାକ୍ଷୀଙ୍କ ଏହି ସଫଳତା ଯୋଗୁଁ ଦେବଗଡ ଜିଲାରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଏଥିସହ ମୋନା ମିନାକ୍ଷୀଙ୍କୁ ଜିଲାର ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories