ରେଙ୍ଗାଲିକ୍ୟାମ୍ପ: ଅତାବିରା ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ସମଲେଶ୍ବରୀ ଜୁଏଲର୍ସରେ ଘଟିଛି ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଘଟି ଦୋକାନଟି ଜଳିଯାଇଛି। ସୂଚନା ଅନୁସାରେ, ସୋମବାର ଭୋର ପ୍ରାୟ ୪ଟା ସମୟରେ ସ୍ଥାନୀୟ ଲୋକମାନେ ପ୍ରାତଃ ଭ୍ରମଣ କରୁଥିବାବେଳେ ସମଲେଶ୍ବରୀ ଗହଣା ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଏହାପରେ ଦୋକାନ ମାଲିକ ସନ୍ତୋଷ ମହାପାତ୍ରଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ଖବର ପାଇ ଦୋକାନ ମାଲିକ ଆସି ସଟର ଖୋଲି ଦେଖିବାବେଳେ ଭିତରେ ଥିବା ଏସି, ପଙ୍ଖା, ସିସିଟିଭି କ୍ୟାମେରା ସହ ସମସ୍ତ ଜିନିଷ ପୋଡ଼ି ସାରିଥିଲା। ସର୍ଟ ସର୍କିଟରୁ ଭିତରେ ନିଆଁ ଲାଗିଥିବା ସେ ପ୍ରକାଶ କରିଛନ୍ତି। ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ୭ଟାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଦୋକାନ ମାଲିକ ପ୍ରକାଶ କରିଛନ୍ତି।
Popular Categories



