www.samajalive.in
Monday, December 15, 2025
24.1 C
Bhubaneswar

ନିମ୍ନମାନର କାମ ପ୍ରତିବାଦରେ ଆରଡ଼ି ଅଫିସ ସାମ୍ନାରେ ଧାରଣା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗେସଖାଲ ଗ୍ରାମରେ ହାଇ ସ୍କୁଲ କୋଠା ଓ ରାସ୍ତା ନିର୍ମାଣରେ ନିମ୍ନମାନର କାମ କରାଯାଇଥିବା ଅଭିଯୋଗ କରିବା ସହ ତାର ପ୍ରତିବାଦରେ ପଂଚାୟତବାସୀ ଗ୍ରାମ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ଲେଖା ଯାଇଥିବା ଫ୍ଳାକାର୍ଡ ହାତରେ ଧରି ଧାରଣାରେ ବସିଥିଲେ। ସ୍ଥାନୀୟ ବ୍ଲକ ଅଧିନସ୍ଥ ଡେଙ୍ଗେସଖାଲ ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୫୫ ଲକ୍ଷ ଟଙ୍କା ବିନିମୟରେ ହାଇ ସ୍କୁଲ କୋଠା ନିର୍ମାଣ କରାଯାଇଛି। ହେଲେ ଉକ୍ତ କୋଠା ନିର୍ମାଣ କାମ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଡୁମିଗୁଡା ଠାରୁ ଲଣ୍ଡାଗୁଡା ଓ ପାଟିପଙ୍କା ଠାରୁ ଡେଙ୍ଗେସଖାଲ ଗାଁକୁ ରାସ୍ତା ନର୍ମାଣରେ ନିମ୍ନମାନର କାମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ଵିଭାଗୀୟ ଅଧିକାରୀ ପଦକ୍ଷେପ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ। ଯେଉଁ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଠିକାଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଯିଦି ଧରି ବସି ରହିଥିଲେ। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଆଗାମୀ ଦୁଇ ମାସ ମଧ୍ୟରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ମନ୍ତ୍ରୀଙ୍କଠାରୁ ଏଭଳି ପ୍ରତିଶ୍ରୁତି ମିଳିବା ପରେ ଧାରଣା ଉଠିଥିଲେ ଗ୍ରାମବାସୀ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories