ରେଙ୍ଗାଲି: ଲଇଡାର ଦୁତିକା ସାହୁ କଲେଜ ପଡିଆରେ ଚାଲିଥିବା ଆନ୍ତଃ କଳେଜ ଫୁଟବଳ ଟୁର୍ଣ୍ଣାମେଣ୍ଟର ଆଜି ସେମି ଫାଇନାଲ୍ ମ୍ୟାଚରେ ଧମା ରଝାଡେଶ୍ୱରୀ ଡ଼ିଗ୍ରୀ କଲେଜ, ମୁନିସିପାଲ ଡିଗ୍ରୀ କଲେଜ ରାଉରକେଲାକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି। ଖେଳ ଶେଷରେ ଆୟୋଜିତ କାର୍ଯ୍ୟକ୍ରମରେ ଦୂତିକା ସାହୁ କଲେଜ ଲଇଡାର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ କରୁଣାକର ନାଏକ ସ୍ୱାଗତ ଭାଷଣ ଓ ମଞ୍ଚ ପରିତାଳନା କରିଥିଲେ ଏବଂ ଅଧ୍ୟାପକ ବିଶ୍ଵନାଥ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଜୟନାରାୟଣ ଶତପଥି, ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୋଇ, ସାଇଦା ବାନୁ, ପ୍ରବୀଣ କୁମାର ପାଣ୍ଡେ, ସଞ୍ଜିବ ପଟେଲ ପ୍ରମୁଖ କଳେଜର ଅଧ୍ୟାପକ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



