ଆଜି ମୋଦିଙ୍କ ନେପାଳ ଗସ୍ତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳ ଗସ୍ତରେ ଯିବେ । ଭାରତ ସୀମାବର୍ତ୍ତୀ ନେପାଳର ଜନକପୁରରେ ମୋଦିଙ୍କ ବିମାନ ଅବତରଣ କରିବ । ୪ ବର୍ଷର ଶାସନ ମଧ୍ୟରେ ଏହା ହେଉଛି ମୋଦିଙ୍କ ତୃତୀୟ ନେପାଳ ଗସ୍ତ । ଜନକପୁର ବିମାନ ବନ୍ଦରରେ ନେପାଳ ପ୍ରତିରକ୍ଷାମନ୍ତ୍ରୀ ଇଶ୍ୱର ପୋଖରେଲ ଏବଂ ପ୍ରଦେଶ ମୁଖ୍ୟମନ୍ତ୍ରୀ ଲାଲବାବୁ ରାଉତ ମୋଦିଙ୍କୁ ସ୍ୱାଗତ କରିବେ । ସେଠାରୁ ମୋଦି ଜନକପୁର ମନ୍ଦିର ଯିବେ । ମୋଦି ଜନକପୁରରେ ରହିବା ପର୍ଯ୍ୟନ୍ତ ଆକାଶ ଏବଂ ବିମାନ ବନ୍ଦରରେ ଅନ୍ୟ ବିମାନକୁ ଉଡ଼ାଣ ଅନୁମତି ଦିଆଯିବ ନାହିଁ । ଏହାପରେ ମୋଦି ଏବଂ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ମିଳିତ ଭାବେ ରାମାୟଣ ସର୍କିଟର ଉଦ୍‌ଘାଟନ କରିବେ ଓ ଅଯୋଧ୍ୟା-ଜନକପୁର ବସ୍‌ ସେବାର ଶୁଭାରମ୍ଭ କରିବେ । ମିଳିତ ଉଦ୍‌ଘାଟନ ପରେ ମୋଦି ସେଠାରେ ଏକ ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧିତ କରିବେ । ସେଠାରୁ ମୋଦି କାଠମାଣ୍ଡୁକୁ ଯାତ୍ରା କରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply