www.samajalive.in
Tuesday, December 9, 2025
15.1 C
Bhubaneswar

କୋଭିଡ ନିୟମକୁ ଫୁ କରି ଫଳ ଓ ମିଷ୍ଟାନ୍ନ ବଣ୍ଟନ କଲେ ସ୍ଥାନୀୟ ବିଧାୟିକା

ଠାକୁରମୁଣ୍ଡା: ସାରାବିଶ୍ୱ କରୋନା ମହାମାରୀ ପାଇଁ ଚିନ୍ତିତ ଥିବା ବେଳେ ଆମ ଦେଶ ତଥା ରାଜ୍ୟ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନି ତିନି ଥର ଲକଡାଉନ ପରେ ଏବେ ଅନଲକ କରୁଛନ୍ତି ସରକାର । ଆଉ ଏହି ଅନଲକ ସମୟରେ ସ୍ୱାଧୀନତା ଦିବସ ପାଳନ ପାଇଁ ମଧ୍ୟ ବହୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର, ହେଲେ ଏହି ନିୟମକୁ ପାଳନ କରୁଛି କିଏ। ନିଜ ଦଳର ପ୍ରଚାର ପ୍ରସାର ହେଲେ କରୋନା ଆପେ ଆପେ ପଳାଇବ। କାରଣ ଦେଖନ୍ତୁ ଏହି ମହାମାରୀ ସମୟରେ କିପରି ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ଦଳର କିଛି କର୍ମୀମାନେ କୋଭିଡ ନିୟମକୁ ଫୁ କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ସାମାଜିକ ଦୂରତ୍ୱକୁ ଭୁଲି ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରୁଛନ୍ତି। ଯେଉଁଠି ଜାତୀୟ ଦିବସ ପାଳନ ପାଇଁ ବହୁ କଟକଣା ଜାରି କରାଯାଇଛି, ସେହି ସମୟରେ ନିଜର ଦଳର ସ୍ୱାର୍ଥ ସାଧନ ପାଇଁ ଲୋକଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିବା ସହଜରେ ହଜମ କରି ପାରୁ ନାହାଁନ୍ତି ଅଞ୍ଚଳବାସୀ।

କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛି ମାସ ହେବ ବହୁ ସମସ୍ୟା ସୃଷ୍ଟି ହେବା ସହିତ ରୋଗୀ ମେଡ଼ିକାଲରେ ଶୋଷଣ ହୋଇଥିଲେ ବି ସ୍ଥାନୀୟ ବିଧାୟିକା ସେଥି ପ୍ରତି ଦୃଷ୍ଟି ନ ଦେଇ ଆଜି କିଛି ଖବର କାଗଜରେ ନିଜର ପୃଷ୍ଠା ମଣ୍ଡନକରିବା ପାଇଁ ଆସି ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିବା କେତେ ଯୁକ୍ତି ଯୁକ୍ତ ? ଆଜି ଦିନ ୧୧ ପର୍ୟ୍ୟନ୍ତ ସର୍ଟଡାଉନ କୋହଳ ଥିବା ବେଳେ ଦିନ ୧୨ ଟା ପରେ ବିଧାୟିକା କିପରି ମେଡ଼ିକାଲ ପରିସରରେ କର୍ମୀମାନଙ୍କୁ ନେଇ ଫଳ, ମିଷ୍ଟାନ୍ନ ବଣ୍ଟନ କଲେ ? ତେବେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଆଇନ ଏବଂ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଗୋଟିଏ ନିୟମ କି ? ଯେଉଁଠି ଗୋଟିଏ ସାଧାରଣ ଲୋକ ନିଜର ଜରୁରୀ କାମ ଥିଲେ ବି ବାହାରକୁ ବାହାରି ପାରୁନି କିମ୍ବା ବାହାରକୁ ଗଲେ ହଜାର ହଜାର ଟଙ୍କାର ଦଣ୍ଡ ଗଣୁଛି, ସେହି ସମୟରେ କିପରି ଜଣେ ବିଧାୟିକା କୋଭିଡ ନିୟମକୁ ଫୁ କରି ନିଜର ଦଳୀୟ ପ୍ରଚାରରେ ବ୍ୟସ୍ତ ପରି ଏଇ ଘଟଣାରୁ ଅନୁମାନ କରାଯାଉଛି । ତେବେ ଏପରି ନିୟମକୁ ବାରମ୍ବାର ଭଙ୍ଗ କରୁଥିଲେ ବି ସ୍ଥାନୀୟ ପ୍ରଶାସନ ପକ୍ଷରୁ କାହିଁକି ବିଧାୟିକାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ କଣ ସବୁ ଏହି ସାଧାରଣ ଲୋକଙ୍କ ପାଇଁ ନିୟମ ଏବଂ ଦଣ୍ଡ ବିଧାନ ଏପରି ବହୁ ପ୍ରଶ୍ନ ଏବେ ଉଙ୍କି ମାରୁଛି ସାଧାରଣ ଲୋକଙ୍କ ମନରେ । ତେବେ ଏପରି ନିୟମକୁ ଖୁଲମ ଖୁଲା ଉଲ୍ଲଂଘନ କରିଥିବା ବିଧାୟିକାଙ୍କ ବିରୁଦ୍ଧରେ କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ସ୍ଥାନୀୟ ପ୍ରଶାସନ ତାହା ଦେଖିବା ପାଇଁ ବାକି ରହିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories