ନେହାଲ ଚୁଡାସାମା ମିସ୍‍ ଇଣ୍ଡିଆ ୟୁନିଭର୍ସ

0

ମୁମ୍ବଇ : ନେହାଲ ଚୁଡାସାମା (୨୧) ମିସ୍‍ ଇଣ୍ଡିଆ-ୟୁନିର୍ଭସ ୨୦୧୮ ମୁକୁଟ ବିଜୟୀ ହୋଇଛନ୍ତି। ଶୁକ୍ରବାର ରାତିରେ ଏଠାକାର ଏନଏସସିଆଇ ଡୋମ୍‍ଠାରେ ଅନୁଷ୍ଠିତ ୟାମାହା ଫାସ୍କିନୋ ମିସ ଦିଭା ମିସ ୟୁନିଭର୍ସ ୨୦୧୮ର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ତାଙ୍କୁ ବିଜୟିନୀ ଘୋଷଣା କରିଛନ୍ତି। ମିସ୍‍ ୟୁନିର୍ଭସ ଇଣ୍ଡିଆ -୨୦୧୭ ଶ୍ରଦ୍ଧା ଶଶିଧର ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଡିସେମ୍ବରରେ ବ୍ୟାଙ୍କକ୍‍ଠାରେ ଅନୁଷ୍ଠିତ ହେବାକୁ ଥିବା ମିସ୍‍ ୟୁନିଭର୍ସ ପ୍ରତିଯୋଗିତାରେ ନେହାଲ ଭାରତର ପ୍ରତିନିଧିତ୍ୱ କରିବେ। ସେହିଭଳି ଇନ୍ଦୋରର ଅଦିତି ହୁନ୍ଦିଆଙ୍କୁ ୟାମାହା ଫାସ୍କିନୋ ମିସ୍‍ ଦିଭା ସୁପ୍ରାନ୍ୟାସନାଲ-୨୦୧୮ ଘୋଷଣା କରାଯାଇଛି। ଲକ୍ଷ୍ନୌର ରଶ୍ନୀ ଶେଓରାନ ଦ୍ୱିତୀୟ ରନର୍‍-ଅପ୍‍ ହୋଇଛନ୍ତି। ସୁଶାନ୍ତଙ୍କ ସମେତ ଅଭିନେତ୍ରୀ ଲାରା ଦତ୍ତ, ଶିଳ୍ପା ସେଟ୍ଟି, ନେହା ଧୁପିଆ ଏବଂ ଫାଲଗୁନି ପ୍ରମୁଖଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ୧୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏହି ତିନି ଜଣ ତରୁଣୀଙ୍କୁ ମନୋନୀତ କରିଛନ୍ତି।

Leave A Reply