www.samajalive.in
Saturday, December 6, 2025
15.1 C
Bhubaneswar

ତୁଣ୍ଡି ନ ବାନ୍ଧିଲେ ଦୁଇଶହ ତଣ୍ଡ

ଭୁବନେଶ୍ୱର(ବ୍ୟୁରୋ): ଏଣିକି ତୁଣ୍ଡି (ମାସ୍କ) ନ ପିନ୍ଧିଲେ ଜୋରିମାନା ଦେବାକୁ ପଡ଼ିବ । ପ୍ରଥମ ତିନିଥର ପାଇଁ ଏହି ଜୋରିମାନା ୨ଶହଟଙ୍କା ରଖାଯାଇଛି । ମାତ୍ର ୩ ଥର ଅବହେଳା ପରେ ୪ର୍ଥ ଥର ଅବହେଳା କଲେ ଏଥିପାଇଁ ୫ଶହ ଟଙ୍କା ଦେବାକୁ ପଡ଼ିବ । କରୋନା ସଂକ୍ରମଣ ରୋକିବା ନିମନ୍ତେ ସରକାରଙ୍କୁ ଏପରି କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି । କେବଳ ସେତିକି ନୁହେଁ,  ମହାମାରୀ ଆଇନ-୧୯୮୭ରେ ସଂଶୋଧନ କରାଯାଇ କୋଭିଡ୍‌-୧୯ ନିୟମକୁ ଅମାନ୍ୟ କରୁଥିବା ବ୍ୟକ୍ତବିଶେଷ ଓ ସଂସ୍ଥା ବିରୋଧରେ ଅପରାଧ ମାମଲା ରୁଜୁ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ନିୟମ ଅନୁସାରେ କରୋନା ସଂକ୍ରାନ୍ତରେ ସରକାର ପ୍ରଚଳନ କରୁଥିବା ନିୟମକୁ ଉଲ୍ଲଙ୍ଘନ କଲେ ଉଲ୍ଲଘଂନକାରୀଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି । ରାଜ୍ୟ କ୍ୟାବିନେଟ୍ ଏ ସଂକ୍ରାନ୍ତରେ ନିଷ୍ପତ୍ତିରେ ମୋହର ମାରିଛି।

ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ  ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଘରୁ ବାହାରକୁ ଯିବାବେଳେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାର ଉଲ୍ଲଙ୍ଘନ କଲେ ପ୍ରଥମ ୩ଥର ୨୦୦ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ସମୟରେ ଏଥିପାଇଁ ତାଙ୍କଠୁ ୫୦୦ଟଙ୍କା ଜୋରିମାନା ଆଦାୟ ହେବ । ଏହା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଲାଗୁ ହେବ । ସେହିପରି  ମହାମାରୀ ଆଇନ-୧୮୯୭ରେ ସଂଶୋଧନ କରାଯାଇ ମହାମାରୀ(ସଂଶୋଧନ) ଅଧ୍ୟାଦେଶ-୨୦୨୦କୁ କାର୍ଯ୍ୟକ୍ଷମ କରାଯାଇଛି। କ୍ୟାବିନେଟ ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories