www.samajalive.in
Monday, December 15, 2025
26.1 C
Bhubaneswar

କେନ୍ଦ୍ର ସରକାରଙ୍କ ବ୍ୟୟ ସଙ୍କୋଚନ: ସାଂସଦଙ୍କ ଅଫିସ ଖର୍ଚ୍ଚ, ନିର୍ବାଚନମଣ୍ଡଳୀ ଭତ୍ତା ହ୍ରାସ

ଭୁବନେଶ୍ବର (ବ୍ୟୁରୋ) : କରୋନା ମୁକାବିଲା ନିମନ୍ତେ ଆବଶ୍ୟକ ଅର୍ଥର ଭରଣା ସାରା ଦେଶ ପାଇଁ ବଡ଼ ଆହ୍ବାନ ହୋଇଛି। ଏହାବ୍ୟତୀତ କରୋନାଜନିତ ସ୍ଥିତିରୁ ଦେଶକୁ ମୁକୁଳାଇବା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ସାଂସଦ ହାତପାଣ୍ଠି କିଛିକାଳ ସ୍ଥଗିତ ରଖାଯାଇଛି । ମନ୍ତ୍ରୀ ଓ ସାଂସଦମାନଙ୍କ ବେତନ ହ୍ରାସ କରାଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଭିନ୍ନ ବିଭାଗର ବ୍ୟୟ ଅଟକଳ ହ୍ରାସ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ଏହାମଧ୍ୟରେ ସାଂସଦମାନଙ୍କ ପାଇଁ ଆଉ ଏକ କଟକଣା ଜାରି ହୋଇଛି । ସାଂସଦମାନଙ୍କୁ ନିଜ ଅଫିସ ଖର୍ଚ୍ଚ ଓ ନିର୍ବାଚନମଣ୍ଡଳୀ ଭତ୍ତା ବାବଦରେ ଦିଆଯାଉଥିବା ଅର୍ଥ ପ୍ରଦାନ କରାଯିବ ନାହିଁ ।  ଏହା ଫଳରେ ସାଂସଦମାନେ ମାସିକ ପ୍ରାୟ ୨୭ ହଜାର ଟଙ୍କା କମ୍ ଭତ୍ତା ପାଇବେ । ତେବେ ସାଂସଦମାନେ ଜଣେ ବ୍ୟକ୍ତିଗତ ସହାୟକ ରଖିବା ପାଇଁ ମାସିକ ଯେଉଁ ୪୦ହଜାର ଟଙ୍କା ପାଉଥିଲେ ତାହା ପୂର୍ବପରି ଅପରିବର୍ତିତ ରହିବ । ସୂଚନାଯୋଗ୍ୟ ଯେ ଗତ ସୋମବାରଦିନ କେନ୍ଦ୍ର କ୍ୟାବିନେଟ୍ ବର୍ଷକ ଲାଗି ସାଂସଦମାନଙ୍କ ଭତ୍ତା ୩୦% ହ୍ରାସ କରିବା ଲାଗି ନିଷ୍ପତ୍ତି ନେଇଥିଲା ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories