www.samajalive.in
Monday, December 15, 2025
26.1 C
Bhubaneswar

କରୋନା ବାରୁଦଗଦାରେ ଭାରତ ; ନ ଚେତିଲେ ସ୍ଥିତି ହେବ ଭୟଙ୍କର

ଭୁବନେଶ୍ବର (ବ୍ୟୁରୋ): କରୋନା ଭାରତ ପାଇଁ ବାରୁଦା ଗଦା ପାଲଟିଛି । ସାମାନ୍ୟ ଅସତର୍କ ହେଲେ ସ୍ଥିତି ଭୟଙ୍କର ହୋଇପାରେ । ଭାରତର ଲୋକସଂଖ୍ୟା, ସାଧାରଣ ଲୋକଙ୍କ ସାମାଜିକ ଚରିତ୍ର ଓ ବେପରୁଆ ମନୋଭାବ ସାରା ଦେଶ ପାଇଁ ବିପଦ ଡ଼ାକି ଆଣିବ । ଆଉ ଯଦି ଏପରି ପରିସ୍ଥିତି ସୃଷ୍ଟି ହୁଏ ତେବେ ଭାରତ ୧୦୦ ବର୍ଷ ପଛକୁ ଫେରିଯିବ । ଏପରି ଆକଳନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ଦୈନିକ ସ୍ଥିତି ରିପୋର୍ଟ (ଡ଼ିଏସ୍ଆର୍)ରେ ଯେଉଁ ତଥ୍ୟ ପ୍ରକାଶିତ ହୋଇଛି ତାହା ଅତ୍ୟନ୍ତ ଚିନ୍ତାଜନକ । ୫୦୦୦ ଆକ୍ରାନ୍ତ ଓ ମୃତକଙ୍କ ଅନୁପାତ ଆକଳନରେ ଭାରତ ପୃଥିବୀର ଶୀର୍ଷ ୫ ଦେଶ ମଧ୍ୟରେ ସ୍ଥାନ ପାଇଛି । ଏପରିକି କରୋନାରେ ସର୍ବାଧିକ ପ୍ରଭାବିତ ଆମେରିକା, ଚୀନ୍, ସ୍ପେନ୍, ଇରାନ୍ ଫ୍ରାନ୍ସ ପରି ଦେଶକୁ ଭାରତ ଅତିକ୍ରମ କରି ସାରିଛି । ଭାରତ ଉପରକୁ ଏହି ତାଲିକାରେ ରହିଛି ଇଂଲଣ୍ଡ, ଇଟାଲି, ନେଦରଲ୍ୟାଣ୍ଡ ଓ ସ୍ବିଡ଼େନ୍ ।

- Advertisement -

୫୦୦୦ ଆକ୍ରାନ୍ତ ସ୍ଥିତିରେ ସ୍ବିଡ଼େନରେ ମୃତ୍ୟୁ ସଂଖ୍ୟା ୨୮୨ ଥିବାବେଳେ ନେଦରଲ୍ୟାଣ୍ଡରେ ଏହି ସଂଖ୍ୟା ରହିଥିଲା ୨୭୬ । ଇଟାଲୀରେ ୨୩୪ ଜଣ ମୃତ୍ୟୁବରଣ କରିଥିଲେ ଓ ଇଂଲର୍ଡରେ ୨୩୩ ମୃତ୍ୟୁବରଣ କରିଥିବା ରିପୋର୍ଟ ଆସିଥିଲା । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୪୯ ରହିଥିଲା । ଭାରତ ତଳକୁ ଫ୍ରା୍ନସରେ ସଂକ୍ରମିତଙ୍କ ସଂଖ୍ୟା ୫୦୦୦ ଥିବାବେଳେ ୧୪୮, ଇରାନରେ ୧୪୫, ସ୍ପେନରେ ୧୩୬, ଚୀନରେ ୧୩୨ ଓ ଆମେରିକାରେ ୧୦୦, ଦକ୍ଷିଣ କୋରିଆରେ ୩୨ ଓ ଜର୍ମାନୀରେ ୧୩ ଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ପ୍ରକାଶ କରିଛି ।

ଅନ୍ୟପକ୍ଷରେ ଭାରତରେ ଲୋକମାନଙ୍କ କରୋନା ପରୀକ୍ଷଣ ସଂଖ୍ୟା ଭାରତରେ ଅନ୍ୟ ଦେଶ ତୁଳନାରେ ଅତ୍ୟନ୍ତ ନଗଣ୍ୟ ।  ଏହା ପଛରେ ଯେଉଁ କାରଣ ଥାଉ ନା କାହିଁକି ପରୀକ୍ଷଣ ସଂଖ୍ୟା ବୃଦ୍ଧି ନ କରାଗଲେ କରୋନା ରୋଗୀଙ୍କ ଚିହ୍ନଟ ସମ୍ଭବ ହୋଇ ପାରିବ ନାହିଁ । ସମ୍ପ୍ରତି କରୋନା ଯେଉଁ ସ୍ଥିତିରେ ରହିଛି ସେଥିରୁ ବିନା ଲକ୍ଷଣରେ ବି ଏହାର ସଂକ୍ରମଣ ସମ୍ଭବ ବୋଲି ପ୍ରମାଣିତ ହୋଇ ସାରିଛି । ଚୀନରେ ୩୦% କରୋନା ରୋଗୀଙ୍କ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇଛି । ଆମେରିକାରେ ମୃତ୍ୟୁବରଣ କରିଥିବା ଜଣେ ଓଡିଆ ମହିଳାଙ୍କଠାରେ କରୋନା ଲକ୍ଷଣ ଦେଖା ଯାଇ ନ ଥିଲା । ମାତ୍ର ​‌ଅକସ୍ମାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରୀକ୍ଷା ସମୟରେ ସେ କରୋନା ପୀଡ଼ିତ ଥିବା ଜଣା ପଡ଼ିଥିଲା ।

ଡ଼ବ୍ଲୁସିଟି ( ବିଶ୍ବ କରୋନା ଟ୍ରାକର) ତଥା ଅନୁସାରେ ଭାରତରେ ପ୍ରତି ୧ ନିୟୁତ ଅର୍ଥାତ୍ ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୨୧ ଜଣଙ୍କ ପରୀକ୍ଷା କରାଯାଇ ପାରିଛି । ଅନ୍ୟ ଦେଶ ତୁଳନାରେ ଏହା ଅତ୍ୟନ୍ତ କମ୍ । ଏପରିକି ପଡ଼ୋଶୀ ପାକିସ୍ତାନରେ ୧ ନିୟୁତ ଲୋକଙ୍କ ମଧ୍ୟରୁ ୨୦୩  ଜଣଙ୍କ ପରୀକ୍ଷା ସମ୍ଭବ ହୋଇ ପାରିଛି । ଆଇସଲ୍ୟାଣ୍ଡରେ ୧ ନିୟୁତ ଲୋକଙ୍କ ମଧ୍ୟରୁ ପ୍ରାୟ ୯% ଅର୍ଥାତ୍ ୯୦୬୮୯ ଲୋକଙ୍କ ପରୀକ୍ଷା ହୋଇଛି ।  ଆମେରିକାରେ ପ୍ରତି ୧ ନିୟୁତ ଲୋକ ସଂଖ୍ୟାରେ ପରୀକ୍ଷଣ ସଂଖ୍ୟା ୬୭୨୫, ସ୍ପେନରେ  ୭୫୯୩, ଇଟାଲୀରେ ୧୩୩୪୯, ଜର୍ମାନରେ ୧୫୭୩୦, ଫ୍ରାନ୍ସରେ ୩୪୩୬, ଇଂଲର୍ଡରେ ୪୦୫୫, ପର୍ତ୍ତୁଗାଲରେ ୧୨୮୬୦, ଅଷ୍ଟ୍ରିଆରେ ୧୪୦୦୨, ଦକ୍ଷିଣ କୋରିଆରେ ୯୩୧୦, ରୁଷରେ ୧୮୮୫, ଇସ୍ରାଏଲରେ୧୩୫୫୨, ଅଷ୍ଟ୍ରେଲିଆରେ ୧୨୯୪୬, ନରୱେରେ ୨୧୦୦୯ ଜଣଙ୍କ କରୋନା ପରୀକ୍ଷା ସମ୍ଭବ ହୋଇ ପାରିଛି । ଏହି ସ୍ଥିତିରେ ଭାରତରେ  ତୁରନ୍ତ ଭିତ୍ତିଭୂମି ବିକାଶ ଓ ପରୀକ୍ଷା ସଂଖ୍ୟା ବୃଦ୍ଧି ଜରୁରୀ ହୋଇ ପଡ଼ିଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories