www.samajalive.in
Saturday, December 6, 2025
15.1 C
Bhubaneswar

ଦେଶୀମଦ ଜବତ, ଜଣେ ଗିରଫ

ପିପିଲି : ପୁରୀ ଜିଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପିପିଲିର ସମଗ୍ର ଦାନୋଗହୀର ଅଞ୍ଚଳ ତଥା ଦାନୋଗହୀର ଛକ, ଜୟପୁର ଛକ, ଜୟପୁରଶାସନ ଛକକୁ ଶନିବାରଠାରୁ ପ୍ରଶାସନ ପକ୍ଷରୁ ୧୪ ତାରିଖ ପର୍ଯ୍ୟନ୍ତ ସଟ୍‍ ଡାଉନ୍ ଘୋଷଣା କରାଯାଇଛି। ଏଥିସହ ସମଗ୍ର ପିପିଲି ଅଞ୍ଚଳରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଲକ୍‍ଡାଉନ୍‍ କଟକଣାକୁ ଅତି କଡାକଡି ଭାବେ ପାଳନ କରାଯାଉଛି। ତେବେ କଟକଣାକୁ ଅମାନ୍ୟ କରି ଚୋରାରେ ଦେଶୀ ମଦ ବିକୁଥିବା ବଡକଣ୍ଟି ଗ୍ରାମର ରମେଶ ବେହେରା(୪୦)କୁ ପୁଲିସ ଗତକାଲି ରାତିରେ ଗିରଫ କରିବା ସହ ତା’ ନିକଟରୁ ୪୦ ବୋତଲ ଦେଶୀ ମଦ ଜବତ କରିଛି। ଆଜି ତାକୁ ପିପିଲି କୋର୍ଟକୁ ଚାଲାଣ କରାଯାଇଛି।
ସଂପୂର୍ଣ୍ଣ ସଟ୍‍ଡାଉନ ଥିବା ଦାନୋଗହୀର ଗ୍ରାମକୁ ଗତ ୪ ତାରିଖରେ ବିଶୋଧନ୍‍ କରାଯାଇଥିବା ବେଳେ ଆଜି ପିପିଲି ଅଗ୍ନିଶମ ଅଧିକାରୀ ଅଜିତ ଗୌଡ଼ଙ୍କ ନେତୃତ୍ୱରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ସୋଡିୟମ ହାଇପୋ କ୍ଲୋରାଇଟ ମିଶ୍ରିତ ଜଳ ସ୍ପ୍ରେ କରି ପିପିଲି ପୌରାଞ୍ଚଳର ସମସ୍ତ ମୁଖ୍ୟ ସଡକକୁ ବିଶୋଧନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories