Patra electronics

ମଙ୍ଗଳକୁ  ଇନସାଇଟ୍ ମାର୍ସ ଲାଣ୍ଡର ପଠାଇଲା ନାସା

0

ନ୍ୟୁୟର୍କ:  ଶନିବାରରେ ନାସା  ଇନ୍‌ସାଇଟ୍‌ ନାମକ ମାର୍ସ ଲାଣ୍ଡର ନାମକ  କୃତ୍ରିମ ଉପଗ୍ରହ ମଙ୍ଗଳ ଗ୍ରହକୁ ପଠାଇଛି ।  ଏହା ମଙ୍ଗଳଗ୍ରହରେ ଅବତରଣ କରିବା ସହ ଏହାର ବାତା ବରଣ ଉପରେ ଗବେଷଣା କରିବ । ଏଥିପାଇଁ ୯୯୩ ମିଲିୟନ ଆମେରିକୀୟ ଡଲାରା ବା ଭାରତୟୀ ମୁଦ୍ରାରେ ପ୍ରାୟ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି  ଉପଗ୍ରହଟି ଚଳିତ ବର୍ଷ ନଭେମ୍ବର ୨୬ ତାରିଖର ମଙ୍ଗଳ ଗ୍ରହରେ ଅବତରଣ କରିବ ।

ଏହା ମଙ୍ଗଳରେ ୧୦ରୁ ୧୫ ଫୁଟ ଗଭୀର ଗାତ କରିବା  ସହ ମଙ୍ଗଳ ଗ୍ରହରେ ହେଉଥିବା ଭୂମିକମ୍ପ, ଭୂସ୍ଖଳନ ଓ ଉଲକାପାତର ଅନୁଧ୍ୟାନ କରିବ । ମଙ୍ଗଳରେ ଏହି ଇନ୍‌ସାଇଟ୍‌ ପ୍ରକଳ୍ପ ୨୬ ମାସ କାମ କରିବ । ଯାହା ମଙ୍ଗଳ ଗ୍ରହର ଏକ ବର୍ଷ ସହ ସମାନ ।

Leave A Reply