www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ ,ଜାତକ ସହ ବିବାହର କଣ ସଂଯୋଗ ରହିଛି

ପ୍ରତେକଙ୍କ ଜାତକରୁ ତାଙ୍କ ଜୀବନ ସମ୍ବନ୍ଧରେ ବହୁ ସୂଚନା ମିଳିଥାଏ। ସେହିଭଳି ବିବାହର ବିଷୟରେ ବହୁ ତଥ୍ୟ ଜାତକରେ ରହିଥାଏ। କନ୍ୟାମାନଙ୍କର ଜାତକର ସପ୍ତମ ଭାଗ ଏବଂ ବୃହସ୍ପତି ତାଙ୍କର ସ୍ୱାମୀ ସହ ସମ୍ବନ୍ଧିତ। ଶୁକ୍ରଙ୍କର ଅବସ୍ଥିତି ସ୍ୱାମୀର ସ୍ୱଭାବ ଏବଂ କର୍ମକ୍ଷେତ୍ର ବିଷୟରେ ସୂଚନା ଦେଇଥାଏ। କିଛି ତଥ୍ୟ ରାଶିରୁ ମଧ୍ୟ ଜଣାଯାଏ।
ଯେଉଁମାନଙ୍କର ଜାତକରେ ବୃହସ୍ପତି ତଥା ମଙ୍ଗଳ ରହିଥାଆନ୍ତି, ସେମାନଙ୍କ ପତି ସାଧାରଣ ସ୍ୱଭାବର ହୋଇଥାଆନ୍ତି।
ବୃଷ, କନ୍ୟା, ମକର, ମେଷ, ସିଂହ, ଧନୁ ରାଶି ମହିଳା ମାନଙ୍କର ପତି ସାଧାରଣ ଭାବେ ରୋଜଗାର କରିଥାଆନ୍ତି।
ଯଦି କନ୍ୟାମାନଙ୍କର ଆଙ୍ଗୁଠି ପତଳା ଏବଂ ସରୁ ତେବେ ସେମାନଙ୍କ ଜୀବନସାଥୀଙ୍କର ସାଧାରଣ ଚାକିରୀ ହେବାର ସମ୍ଭାବନା ଅଧିକ ରହିଥାଏ।
ଜାତକରେ ଚନ୍ଦ୍ରମା, ଶୁକ୍ର କିମ୍ବା ବୁଧ  ମୁଖ୍ୟ ସ୍ଥାନରେ ଥିଲେ ମହିଳାଙ୍କୁ ଅଧିକ ଉନ୍ନତିକ୍ଷମ ସ୍ୱାମୀ ମିଳନ୍ତି।
କର୍କଟ, ବିଛା , ମୀନ, ମିଥୁନ, ତୁଳା , କୁମ୍ଭ, ରାଶି କନ୍ୟା ମାନଙ୍କୁ ଅଧିକ ସୁଖ୍ୟାତି କରିଥିବା ପତି ମିଳନ୍ତି।
ମହିଳାଙ୍କ ଜାତକରେ ଯଦି ଶୁକ୍ର ଓ ଚନ୍ଦ୍ରମା ଉତ୍ତମ ସ୍ଥାନରେ ଥାଆନ୍ତି ତାଙ୍କ ଜୀବନସାଥୀମାନେ ଶାନ୍ତ ସ୍ୱଭାବର ହୋଇଥାଆନ୍ତି।
ବୃଷ, କନ୍ୟା, ମକର ରାଶି ମାନଙ୍କ ପତି ଅଧିକ ଶାନ୍ତ ଚରିତ୍ରର ହୋଇଥାଆନ୍ତି। 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories