ପାକିସ୍ତାନରେ ମଣିଶଙ୍କରଙ୍କ ବିବାଦୀୟ ମନ୍ତବ୍ୟ

0

ନୂଆଦିଲ୍ଲୀ : ନିର୍ବାଚନର ଠିକ୍‌ ପୂର୍ବରୁ ବିବାଦୀୟ ମନ୍ତବ୍ୟ ପାଇଁ ପ୍ରସିଦ୍ଧ କଂଗ୍ରେସ ନେତା ମଣିଶଙ୍କର ଆୟାର ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ପାକିସ୍ତାନ ଗସ୍ତରେ ଥିବା ଆୟାର ସେଠାରେ ଭାରତର ପରିବେଶ ଠିକ୍‌ ନଥିବା କହିଛନ୍ତି। ଆୟାର କହିଛନ୍ତି ଯେ ଭାରତରେ ବର୍ତ୍ତମାନ ପରିବେଶ ଠିକ୍‌ ନାହିଁ । ଦୁଇ ରାଷ୍ଟ୍ରର ସିନ୍ଧାନ୍ତକୁ ସମର୍ଥନ କରୁଥିବା ଲୋକ ଶାସନରେ ଅଛନ୍ତି । ତେଣୁ ଏବେ ଭାରତରେ ଅରାଜକତାର ପରିବେଶ ରହିଛି । ଲାହୋରଠାରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଭାଗ ନେଇ ମଣିଶଙ୍କର ଆୟାର କହିଛନ୍ତି ଯେ ମେହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ କାଏଦେ ଆଜମ୍‌ କହିବାରୁ ଭାରତ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ମୁଁ ଏଭଳି ଅନେକ ପାକିସ୍ତାନୀଙ୍କୁ ଜାଣିଛି ଯେ ମହତ୍ମା ଗାନ୍ଧିଙ୍କୁ ମହତ୍ମା କହୁଛନ୍ତି । ଗାନ୍ଧିଙ୍କୁ ମହାତ୍ମା କହିବାରୁ ସେମାନେ କଣ ରାଷ୍ଟ୍ରଦ୍ରୋହୀ ହୋଇଯାଉଛନ୍ତି ବୋଲି ଆୟାର ପ୍ରଶ୍ନ କରିଥିଲେ । ଇତିହାସ କଥା ଉଲ୍ଲେଖ କରି ଆୟାର କହିଥିଲେ ଯେ ୧୯୨୩ରେ ସାଭାରକର ପ୍ରଥମେ ହିନ୍ଦୁତ୍ୱ ଶବ୍ଦର ବ୍ୟବହାର କରିଥିଲେ । ଏହି ଶବ୍ଦ କୌଣସି ଧର୍ମଗ୍ରନ୍ଥରେ ନାହିଁ । ସାଭରକର ପ୍ରଥମେ ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ସମର୍ଥକ ଥିଲେ । ଏହାସହ ସେ କହିଥିଲେ ଯେ ଗତ ନିର୍ବାଚନରେ ୭୦% ଲୋକ ମୋଦି ବିରୋଧରେ ଭୋଟ ଦେଇଥିଲେ । ହେଲେ ବିଭାଜିତ ହୋଇଯିବାରୁ ସେମାନେ ସଫଳ ହୋଇପାରିନଥିଲା । ଚଳିତ ଥର ଏହି ୭୦% ଲୋକ ଆଗକୁ ଆସି ମୋଦିଙ୍କ ଅରାଜକତା ପରିବେଶରୁ ଦେଶଙ୍କୁ ମୁକ୍ତି ଦେବେ । ଉଲ୍ଲେଖ ଯେ ଏଭଳି ବିବାଦୀୟ ବୟାନବାଜି କାରଣରୁ କଂଗ୍ରେସ ଗୁଜରାଟ ନିର୍ବାଚନ ପୂର୍ବରୁ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ମଣିଶଙ୍କର ଆୟାର ଏହି ବିବାଦୀୟ ବୟାନ ଦେଇଛନ୍ତି।

Leave A Reply