www.samajalive.in
Saturday, December 6, 2025
26.1 C
Bhubaneswar

ନିଆରା ଚାଳକ: ହେଲ୍‌ମେଟ ପିନ୍ଧି ଚଳାଉଛନ୍ତି କାର୍‌

ନୂଆଦିଲ୍ଲୀ: ଆମେ ସାଧାରଣତଃ ଟ୍ରାଫିକ ନିୟମ ପାଳନ କରିବାକୁ ଯାଇ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧୁ। ମାତ୍ର ଆପଣମାନେ କେବେ ଚାରିଚକିଆ ଯାନ ଚଳାଇବାବେଳେ ହେଲମେଟ୍ ପିନ୍ଧିବା ଦେଖିଛନ୍ତି କି? ହଁ ଆଜ୍ଞା କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଝାନ୍‌ସୀର ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି କାର୍‌ ଚାଳନା କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଝାନ୍‌ସୀ ବାସିନ୍ଦା ବାହାଦୁର ସିଂହ ପରିହାର ନିଜ କାର୍‌ ଚଳାଇ ଯିବା ସମୟରେ ହେଲମେଟ୍ ପିନ୍ଧିବା ପଛରେ ଆଉ ଏକ ରୋଚକ କାରଣ ରହିଛି। କିଛିଦିନ ତଳେ ବାହାଦୁର ସିଂହଙ୍କ ମୋବାଇଲ୍‌କୁ ଟ୍ରାଫିକ ପୁଲିସ ତରଫରୁ ଏକ ବାର୍ତ୍ତା ଆସିଲା। ଏହି ବାର୍ତ୍ତାରେ ଦର୍ଶାଯାଇଥିଲା ଯେ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବାରୁ ତାଙ୍କ ଉପରେ ଏକହଜାର ଟଙ୍କା ଜୋରିମାନା ହୋଇଛି। ବାହାଦୁର ସିଂହ ସର୍ବଦା କାର୍‌ ଚଳାଉଥିବା ବେଳେ ହେଲମେଟ୍‌ ନ ପିନ୍ଧିବାରୁ ଜୋରିମାନା ହୋଇଥିବା ବାର୍ତ୍ତା ତାଙ୍କୁ ଚକିତ କରିଥିଲା। ବାହାଦୁର ସିଂହ ଟ୍ରାଫିକ ପୁଲିସର ୱେବସାଇଟ୍‌ରେ ଯାଞ୍ଚ କରିଥିଲେ। ୱେବସାଇଟ୍‌ର ତଥ୍ୟ ଅନୁଯାୟୀ ବାହାଦୁର ସିଂହ ଚାରିଚକିଆ ଯାନ ଚଳାଇ ଯାଉଥିବା ବେଳେ ହେଲମେଟ ପିନ୍ଧି ନଥିବା ଯୋଗୁଁ ଜୋରିମାନା ହୋଇଥିବା ଦର୍ଶାଯାଇଥିଲା। ବାହାଦୁର ସିଂହ ତୁରନ୍ତ ଟ୍ରାଫିକ କାର୍ଯ୍ୟାଳୟରେ ପହଞ୍ଚି ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲେ। ତେବେ ନିର୍ବାଚନ ଶେଷ ହେବା ପରେ ଘଟଣା ସମ୍ପର୍କରେ ତଦନ୍ତ ହେବ ବୋଲି ଟ୍ରାଫିକ ଅଧିକାରୀ ତାଙ୍କୁ କହିଥିଲେ। ଆଗକୁ କାର୍‌ ଚଳାଉଥିବା ବେଳେ ହେଲମେଟ୍‌ ପିନ୍ଧିନଥିବାରୁ ପୁନର୍ବାର ଜୋରିମାନା ହେବାର ଆଶଙ୍କା ଥିବାରୁ ହେଲମେଟ୍‌ ପିନ୍ଧି କାର୍‌ ଚଳାଉଥିବା ବାହାଦୁର ସିଂହ ଦର୍ଶାଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories