www.samajalive.in
Monday, December 15, 2025
26.1 C
Bhubaneswar

ଚଳନ୍ତା ବସରେ ନିଆଁ ଲାଗି ୧୦ ଜୀବନ୍ତ ଦଗ୍ଧ

ଜୟପୁର: ବସରେ ନିଆଁ ଲାଗି ୧୦ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ହରିୟାଣାର ନୁହ ନିକଟ କୁଣ୍ଡଲି-ମାନେଶ୍ୱର-ପାୱାଲ ଏକ୍ସପ୍ରେସୱେରେ। ଏହି ଘଟଣାରେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆହତଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସେମାନେ ଏକ ବସ ଭଡ଼ା କରି ବାରଣାସୀ ଏବଂ ମଥୁରା ବୃନ୍ଦାବନ ବୁଲିବାକୁ ବାହାରିଥିଲେ। ବସରେ ୬୦ ଜଣ ଥିଲେ, ଯେଉଁମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ରହିଥିଲେ। ସମସ୍ତେ ସମ୍ପର୍କୀୟ। ପଞ୍ଚାବର ଲୁଧିଆନା, ହୋସିଆରପୁର ଏବଂ ଚଣ୍ଡୀଗଡ଼଼ ଅଞ୍ଚଳରେ ସମସ୍ତଙ୍କ ଘର। ଶୁକ୍ରବାର ଦର୍ଶନ ସାରି ବିଳମ୍ବିତ ରାତିରେ ଫେରୁଥିଲେ। ରାତି ପ୍ରାୟ ସାଢ଼େ ୧ଟାରେ ଚଳନ୍ତା ବସରେ ହଠାତ୍‌‌ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଜାଣିବା ପରେ ଗାଡ଼ିକୁ ଅଟକାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବାହାରକୁ ବାହାର କରାଯାଇଥିଲା।
ତେବେ ଉଦ୍ଧାର ସମୟରେ ୮ ଜଣ ଜୀବନ୍ତ ଜଳିଯାଇଥିଲେ। ୨୪ରୁ ଅଧିକ ଲୋକ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ। ଖବର ପାଇଁ ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ଅନ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଛି ପୁଲିସ ତାହାର ତଦନ୍ତ ଚଳାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories