www.samajalive.in
Monday, December 15, 2025
26.1 C
Bhubaneswar

ଗ୍ରୀଷ୍ମ ଋତୁରେ ଶସ୍ତାରେ ବୁଲନ୍ତୁ ଏହି ୬ଟି ଦେଶ; ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାନ୍ତୁ

ସମାଜ ଡିଜିଟାଲ ଡେସ୍କ: ଗ୍ରୀଷ୍ମଛୁଟି ଆରମ୍ଭ ହୋଇଥିବା ବେଳେ ସମସ୍ତେ ଏହାର ମଜା ନେଉଛନ୍ତି। ଆମ ଦେଶରେ ଗ୍ରୀଷ୍ମ ଛୁଟି ହେବା ମାତ୍ରେ ପ୍ରାୟତଃ ସମସ୍ତେ ମାମୁଁଘର, ଜେଜେମାଙ୍କ ଘର ଏବଂ ଆଖପାଖ ସ୍ଥାନକୁ ବୁଲି ଯିବାକୁ ପସନ୍ଦ କରନ୍ତି। କିନ୍ତୁ ଗ୍ରୀଷ୍ମ ଛୁଟି ସମୟରେ ପରିବାର ସହିତ ବିଦେଶ ଭ୍ରମଣ କରିବାର ଅନୁଭବ କେବେ ନେଇଛନ୍ତି କି । ତାହା ବି ନିଜ ବଜେଟ ଭିତରେ। ବଜେଟ ସମସ୍ୟା ଥିଲେ ଆପଣ ଏପରି କିଛି ଦେଶ ବୁଲିବାକୁ ଯାଆନ୍ତୁ ଯାହା ଆପଣଙ୍କ ପକେଟକୁ ସୁହାଇବ।
ପ୍ରକୃତରେ ବିଦେଶ ବୁଲିଯିବାକୁ କାହାକୁ ବା ଭଲ ନଲାଗେ। କିନ୍ତୁ ବଜେଟ ସମସ୍ୟା ଥିବାରୁ ଅନେକ ଲୋକ ଏଥିପ୍ରତି ମନ ବଳାନ୍ତି ନାହିଁ। ଆମେ ଏଠାରେ କିଛି ଖାସ ଦେଶ ବିଷୟରେ କହୁଛୁ ଯେଉଁଠିକୁ ଆପଣ ସ୍ୱଳ୍ପ ଖର୍ଚ୍ଚରେ ବୁଲିଯାଇପାରିବେ।
ନେପାଳ:
ନେପାଳ ହେଉଛି ଏମିତି ଏକ ଦେଶ ଯେଉଁଠିକୁ ଆପଣ ବଜେଟ ଭିତରେ ବୁଲିବାକୁ ଯାଇପାରିବେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭଣ୍ଡାର ହେଉଛି ଏହି ଦେଶ। ଆପଣ ଯଦି ନେପାଳ ଯାଉଛନ୍ତି ତେବେ ଅନେକ ସୁନ୍ଦର ସ୍ଥାନ ପରିଦର୍ଶନ କରିପାରିବେ। ଏଭରେଷ୍ଟ ବେସକ୍ୟାମ୍ପ ଠାରୁ ଆରମ୍ଭ କରି ପ୍ରାଚୀନ ମନ୍ଦିର ପର୍ଯ୍ୟନ୍ତ ପରିଦର୍ଶନ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇବେ।
ଶ୍ରୀଲଙ୍କା:
ଯଦି ଆପଣ ସମୁଦ୍ର କୂଳିଆ ଅଂଚଳ ବୁଲିବାକୁ ଭଲ ପାଆନ୍ତି ତେବେ ଏହି ଦେଶ ଆପଣଙ୍କ ପାଇଁ ସ୍ୱର୍ଗଠାରୁ କମ୍‌‌ ନୁହେଁ। ଶ୍ରୀଲଙ୍କାର ସୁନ୍ଦର ବେଳାଭୂମି, ଚା ବୃକ୍ଷରୋପଣ ଠାରୁ ଆରମ୍ଭ କରି ପ୍ରାଚୀନ ଇତିହାସର ପ୍ରମାଣ ପର୍ଯ୍ୟନ୍ତ ଏହି ଦେଶରେ ବହୁତ କିଛି ବୁଲିବା ସ୍ଥାନ ରହିଛି। ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ଠାରୁ ଆରମ୍ଭ କରି ୱାଇଲ୍ଡ ସଫାରି ପର୍ଯ୍ୟନ୍ତ ସବୁକିଛି ସ୍ୱଳ୍ପ ବଜେଟରେ ବୁଲିପାରିବେ।

ଥାଇଲାଣ୍ଡ: ଏହି ସ୍ଥାନକୁ ନିଜ ସାଙ୍ଗମାନଙ୍କ ସହିତ ଯିବାକୁ ପ୍ରାୟତଃ ଲୋକମାନେ ଭଲ ପାଆନ୍ତି। କିନ୍ତୁ ଥାଇଲାଣ୍ଡରେ ଆପଣ ନିଜ ପରିବାର ସହିତ ପରିଦର୍ଶନ କରିବାକୁ ଗଲେ ଖୁବ ଭଲଭାବରେ ଉପଭୋଗ କରିପାରିବେ। ଡାଇନାମିକ୍‌‌ ବଜାର, ବେଳାଭୂମି, ବ୍ୟାଙ୍କକ ର ସୁନ୍ଦର ରାସ୍ତା, ଏଠାରେ ବହୁତ କିଛି ଅଛି ଯାହାକୁ ଆପଣ ନିଜ ବଜେଟରେ ବୁଲି ଦେଖିପାରିବେ। ଏଠାରେ ରହିବା ଠାରୁ ଆରମ୍ଭ କରି ବୁଲିବା ପର୍ଯ୍ୟନ୍ତ ସବୁ ଆପଣଙ୍କ ବଜେଟରେ ହେଇପାରିବ।

- Advertisement -

ଭିଏତନାମ: ଏପରି ଏକ ଦେଶ ଅଛି ଯାହାକୁ ଅଣ୍ଡରରେଟ୍‌‌ କୁହାଯାଏ । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଶୀର୍ଷରେ ରହିଛି ଏହି ଦେଶ। ସେ ହାନୋଇର ସୁନ୍ଦର ରାସ୍ତା ହେଉ କି ହଲାଁଗ୍ନ, ଏଠାରେ ବହୁତ କିଛି ସ୍ଥାନ ବୁଲିପାରିବେ।

ଫିଲିପାଇନ୍ସ: ନିଜ ପରିବାର ସହିତ ଏହି ସ୍ଥାନକୁ ସହଜରେ ବୁଲିବାକୁ ଯାଇପାରିବେ। ସୌନ୍ଦର୍ଯ୍ୟରେ ଭରପୁର ହୋଇଥିବା ଏହି ଦେଶରେ ଅନେକ ସ୍ଥାନ ଯେପରିକି ମାନିଲାର ମଜାଦାର ଏବଂ ଜନଗହଳିପୂର୍ଣ୍ଣ ମାର୍କେଟ ଠାରୁ ଆରମ୍ଭ କରି ପଲାୱାନ ଏବଂ ବୋରାକେର ପ୍ରାଚୀନ ତଟ। ଏଠାରେ ବହୁତ କିଛି ଦର୍ଶନୀୟ ସ୍ଥାନ ବୁଲିପାରିବେ।

ଇଣ୍ଡେ।ନେସିଆ: ଯଦି ଆପଣ ଏହି ଦେଶକୁ ବୁଲିବାକୁ ଯାଉଛନ୍ତି ତେବେ ସୌନ୍ଦର୍ଯ୍ୟପୂର୍ଣ୍ଣ ସମୁଦ୍ରକୂଳ ବୁଲିପାରିବେ। ସୋସିଆଲ ମିଡ଼ିଆରେ ଯଦି ଆପଣ ବ୍ଲଗିଙ୍ଗ କରୁଛନ୍ତି ତେବେ ୧ ମାସ ପାଇଁ ବିଷୟବସ୍ତୁ ପାଇଯିବେ। ସୁନ୍ଦର ଓ ଚମତ୍କାର ବେଳାଭୂମି, ସବୁଜ ବର୍ଷା ଜଙ୍ଗଲ ଏବଂ ଜିବନ୍ତ ସଂସ୍କୃତି ସହିତ ଜଡିତ ଥିବା ଏଭଳି ଏକ ଦେଶ। ଜାକାର୍ତ୍ତାର ବ୍ୟସ୍ତବହୁଳ ରାସ୍ତାଠାରୁ ଆରମ୍ଭ କରି ବାଲି ଏବଂ ଲୋମ୍ବୋକ୍‌‌ ର ଶାନ୍ତ ବେଳାଭୂମି ବୁଲିଯିବାର ମଜା ଉଠାଇପାରିବେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories