www.samajalive.in
Monday, December 8, 2025
16.1 C
Bhubaneswar

କୋଭିସିଲ୍ଡ ଟିକାକୁ ଝଟକା : ଟିକା ନେବା ପରେ ଦେଖାଯାଉଛି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା, ପରୀକ୍ଷା ବନ୍ଦ କରିବା ସହ ୫କୋଟି କ୍ଷତିପୂରଣ ମାଗିଲେ ସ୍ୱେଚ୍ଛାସେବୀ

ଚେନ୍ନଇ : ମହାମାରୀ କରୋନାର ମୂଳୋତ୍ପାଟନ ପାଇଁ କରୋନା ଟିକାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ବିଶ୍ବର ସମସ୍ତ ଦେଶ କରୋନା ଟିକା ପ୍ରସ୍ତୁତି ସହ ଏହାର ପରୀକ୍ଷା ମଧ୍ୟ କରାଯାଉଛି। କରୋନା ଭଳି ଭୂତାଣୁର ମୂଳପୋଛ କରିବା ପାଇଁ ଆମ ଦେଶ ଭାରତରେ ଅନେକ କରୋନା ଟିକାର ପରୀକ୍ଷଣ ଚାଲିଛି। ସେ ମଧ୍ୟରୁ ଗୋଟିଏ ହେଉଛି କୋଭିସିଲ୍ଡ। ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ବାରା ଏହି ଟିକା ପ୍ରସ୍ତୁତ କରାଯାଉଛି। ହେଲେ ଟିକା ନେଇଥିବା ଜଣେ ସ୍ୱେଚ୍ଛାସେବୀ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏବେ କୋଭିସିଲ୍ଡ ଟିକା ବିବାଦ ଘେରକୁ ଆସିଛି।


ଚେନ୍ନାଇରେ କୋଭିସିଲ୍ଡ ଟିକା ପରୀକ୍ଷା ପାଇଁ ଅଂଶଗ୍ରହଣ କରିଥିବା ଜଣେ ବ୍ୟକ୍ତି ଟିକା ନେବାପରେ  ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜଣାଇଛନ୍ତି। ଟିକା ନେଇଥିବା ୪୦ ବର୍ଷୀୟ ବ୍ୟକ୍ତି କହିଛନ୍ତି ଯେ କୋଭିସିଲ୍ଡ ଟିକା ନେବା ପରେ ତାଙ୍କ ଠାରେ ସ୍ନାୟବିକ ଓ ମାନସିକ ସମସ୍ୟା ଦେଖା ଦେଇଛି। ଏଣୁ ସେ ଏହାପରେ କୋଭିସିଲ୍ଡ ଟିକାର ପରୀକ୍ଷଣ ବନ୍ଦ କରିବାକୁ ଦାବି କରିବା ସହ ୫ କୋଟି ଟଙ୍କର କ୍ଷତିପୂରଣ ଦାବି କରିଛନ୍ତି।

- Advertisement -

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଅନ୍ୟମାନଙ୍କୁ ପଠାଯାଇଥିବା ଏକ ଆଇନଗତ ବିଜ୍ଞପ୍ତିରେ ଉକ୍ତ ବ୍ୟକ୍ତି କ୍ଷତିପୂରଣ ସହିତ ବିଚାର ପ୍ରକ୍ରିୟାରେ ରହିବାକୁ ମଧ୍ୟ ଦାବି କରିଛନ୍ତି। ଉକ୍ତ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ସମ୍ଭାବ୍ୟ ଟିକା ସୁରକ୍ଷିତ ନୁହେଁ। ଏହା ସହିତ ଟିକା ଅନୁସନ୍ଧାନ, ଉତ୍ପାଦନ ଏବଂ ବଣ୍ଟନ ବାତିଲ କରିବାକୁ ମଧ୍ୟ ଦାବି କରିଛି। ସୂଚନାଯୋଗ୍ୟ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଏହି ଟିକା ପରୀକ୍ଷା କରାଯାଉଛି। ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ଆଇସିଏମ୍ଆର ଏବଂ ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚରେକୁ ମଧ୍ୟ ଏହି ବିଜ୍ଞପ୍ତି ପଠାଯାଇଛି। ସ୍ୱେଚ୍ଛାସେବୀଙ୍କୁ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚରେ କୋଭିସିଲ୍ଡ ଟିକାର ଡୋଜ ଦିଆଯାଇଥିଲା।ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ ଟୀକାକରଣ ପରେ ସେ ତୀବ୍ର ସ୍ନାୟବିକ ଓ ମାନସିକ ସମସ୍ୟା ଅନୁଭବ କରିଥିଲେ। ଟିକା ପରୀକ୍ଷା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ବ୍ୟକ୍ତିଙ୍କୁ ଅକ୍ଟୋବର ୧ ରେ ଟିକା ଦିଆଯାଇଥିଲା।

ସ୍ୱେଚ୍ଛାସେବୀଙ୍କ ଏଭଳି ସଙ୍ଗୀନ ଅଭିଯୋଗ ପରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଏବଂ ଏଥିକ୍ସ କମିଟି ଏ ନେଇ ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଟିକା ନେବା ପରେ ହିଁ ସ୍ୱେଚ୍ଛାସେବୀଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା କି ପୂର୍ବରୁ ତାଙ୍କର ଶରୀରିକ ସମସ୍ୟା ଥିଲା ସେ ନେଇ ଯାଞ୍ଚ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories