www.samajalive.in
Saturday, December 6, 2025
15.1 C
Bhubaneswar

ଚୀନ୍‌ର ସବୁଠାରୁ ବଡ ଆଇଫୋନ୍‌ ତିଆରି କରାଯାଉଥିବା ପ୍ଲାଣ୍ଟରୁ ପଳାଇଲେ ସମସ୍ତ କର୍ମଚାରୀ – ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା

ବେଜିଂ – ଚୀନ୍‌ରେ ପୁଣି ଫେରିଛି କୋଭିଡ୍‌ । ଚୀନ୍‌ର ଝେଙ୍ଗଝାଓ ଇକୋନୋନିକ ଜୋନ୍‌ରେ ଥିବା ଆପଲ୍‌ର ସବୁଠାରୁ ବଡ ପ୍ଲାଣ୍ଟ  ନିକଟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ପ୍ରଥମେ ଚୀନ୍‌ର ବୁହାନରୁ କୋଭିଡ୍‌ ଆରମ୍ଭ ହୋଇଥିବା ବେଳେ ଏହାର କରାଳ ଛାୟା ସାରା ବିଶ୍ୱ ଉପରେ ପଡିଥିଲା ।

ଫକ୍ସକନ୍‌ ଏଠାରେ ସବୁଠାରୁ ବଡ ପ୍ଲାଣ୍ଟ ଚଳାଉଥିବା ବେଳେ ସେଠାରେ ଷ୍ଟାଟିକ୍‌ ମ୍ୟାନେଜ୍‌ମେଣ୍ଟ ବା ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଗତ କିଛିଦିନ ଧରି ସେହି ଅଞ୍ଚଳ ସହ ଚୀନ୍‌ର ଅନ୍ୟ ସ୍ଥାନରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ସେଠାରୁ କର୍ମଚାରୀମାନେ ଭୟରେ ପଳାୟନ କରୁଛନ୍ତି ।

- Advertisement -

କର୍ମଚାରୀମାନଙ୍କୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ବୋନସ୍‌ ଘୋଷଣା କରାଯାଇଛି । ଏହା ଭାରତୀୟ ମୁଦ୍ରାରେ ଦୈନିକ ପ୍ରାୟ ୪୫୫୬.୧୯ ଟଙ୍କା । ସେଠାରୁ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ କମ୍ପାନୀରୁ କର୍ମଚାରୀମାନେ ଝରକା ଡେଇଁ ପଳାୟନ କରୁଥିବା ଦେଖିବା ପାଇଁ ମିଳିଛି ।

ଗତ ସପ୍ତାହରେ କମ୍ପାନୀର କେତକ କର୍ମଚାରୀ ସଂକ୍ରମିତ ହୋଇଥିବା କଥା କୁହାଯାଇଥିଲା । ଏହାପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଚୀନ୍‌ର ବାଣିଜ୍ୟିକ ସହର ସାଙ୍ଘାଇରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଡିଜ୍‌ନୀ ପାର୍କ ସହ ଅନ୍ୟ କେତକ ସାଧାରଣ ସ୍ଥାନରେ କଟକଣା ଜାରି କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories