www.samajalive.in
Saturday, December 6, 2025
14.1 C
Bhubaneswar

ସରକାରୀ ଔଷଧ ଖତ ଗଦାରେ

ଲାଞ୍ଜିଗଡ଼: ସରକାର ଗରୀବ, ଦଳିତ, ନିଷ୍ପେସିତ ରୋଗୀଙ୍କ ପାଇଁ ନିରାମୟ ଯୋଜନା ଦ୍ବାରା ବିଭିନ୍ନ ରୋଗର ନିରାକରଣ ପାଇଁ ସରକାରୀ ଡାକ୍ତରଖାନାଙ୍କୁ ଔଷଧ ଯୋଗାଇ ଦେଉଛନ୍ତି। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା ଯୋଗୁଁ ଏହି ଯୋଜନା ବାଟବଣା ହୋଇଛି। ଏହି ଔଷଧ ସବୁ ରୋଗୀଙ୍କୁ ଦେବା ପରିବର୍ତ୍ତେ ଖତ ଗଦାରେ ପକାଇ ଦେଇ ପୋଡି ଦିଆଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ମୁଖ୍ୟାଳୟ ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଲକର ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ। ରୋଗୀ ଡାକ୍ତରଖାନାକୁ ଆସି ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ପରେ ମେଡିକାଲରୁ କମିଶନ ପାଇବା ଆଶାରେ ଦାମୀ ଔଷଧ ମେଡ଼ିକାଲ ଷ୍ଟୋରରୁ ନେବାକୁ ଲେଖି ଦିଅନ୍ତି ଡାକ୍ତର। ନିରାମୟ ଯୋଜନାରେ ଆସିଥିବା ଔଷଧ ସେମିତି ପଡ଼ିରହି ତା’ର ବ୍ୟବହାର ଅବଧି ଶେଷ ହୋଇଯାଇଥାଏ। ସେହି ଔଷଧ ସବୁକୁ ଡାକ୍ତରଖାନା କର୍ମଚାରୀ ମେଡିକାଲ କ୍ଵାର୍ଟର ପଛପଟେ ଥିବା ଖତଗଦାରେ ଫିଙ୍ଗି ଦେଇ ପୋଡ଼ି ଦେଇଛନ୍ତି। ଏହି ଘଟଣା ଚର୍ଚ୍ଚା ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖା ଦେଇଛି। ଗ୍ରାମବାସୀ ଓ ରୋଗୀକଲ୍ୟାଣ ସମିତି ସଦସ୍ୟ ରଘୁବୀର ନାଗ ଓ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ ନିହାର ରଂଜନ ସାହୁଙ୍କୁ ଔଷଧ ଫିଙ୍ଗା ଯାଇଥିବା ଜାଗା ନେଇ ଦେଖାଇଥିଲେ। ଏହି ଘଟଣା ଲାଞ୍ଜିଗଡ଼ ବ୍ଲକରେ ପ୍ରଥମ ନୁହେଁ। ଆଗରୁ ମଧ୍ୟ ଅନେକ ଥର ଔଷଧଗୁଡିକ ଜଙ୍ଗଲକୁ ନେଇ ଫିଙ୍ଗି ଦେଇଥିବା ନଜିର ରହିଛି। ଏ ସମ୍ପର୍କରେ ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ ନିହାର ରଂଜନ ସାହୁଙ୍କୁ ପଚାରିବାରୁ ଏଭଳି ହୀନ କାର୍ଯ୍ୟ ଯେଉଁ କର୍ମଚାରୀମାନେ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories