ଲକାନଗିରି ଜିଲାରେ କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ
ମାଲକାନଗିରି: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ମାଲକାନଗିରି ଜିଲାରେ କଂଗ୍ରେସ ଦଳ ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସର ଓଡିଶା ପ୍ରଭାରି ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସୁକୁମା ବିଧାୟକ ତଥା ଛତିଶଗଡ ସରକାରଙ୍କ ଅବକାରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ କବାସି ଲକ୍ଷ୍ମା ଆଜି ମାଲକାନଗିରି ଜିଲାରେ ବିରାଟ ରୋଡ୍ ଶୋ କରିଛନ୍ତି । ମାଲକାନଗିରି ଜିଲା କଂଗ୍ରେସ ତରଫରୁ ଆୟୋଜିତ ମୁଳ ନିବାସି ଜନ ଜାଗରଣ ସମାବେଶରେ ଯୋଗ ଦେବା ଲାଗି କଂଗ୍ରେସର ଏହି ଟାଣୁଆ ନେତାମାନେ ଆଜି ମାଲକାନଗିରି ପହଞ୍ଚିଥିଲେ ହେଲେ ବିଶାଳ ଶୋଭାଯାତ୍ରା କରି ନିର୍ବାଚନ ପୁର୍ବରୁ କଂଗ୍ରେସର ଏକ ପ୍ରକାର ନିଜର ଶକ୍ତି ପ୍ରଦର୍ଶନ କରିଛି।
ମାଲକାନଗିରି ବସଷ୍ଟାଣ୍ଡରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଦଳିୟ ନେତାଙ୍କୁ ସ୍ବାଗତ କରାଯିବା ପରେ ଆଦିବାସି ନୃତ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା କରାଯାଇଥିଲା। ଏହାପରେ ଡିଏନକେ ଖେଳ ପଡିଆ ଠାରେ କଂଗ୍ରେସର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଶାଳ ଜନ ସମାବେଶରେ ପ୍ରଥମେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଢେମସା ନାଚ ଦେଖିବାକୁ ମିଳିଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲୋକଙ୍କୁ ଲମ୍ବା ଲମ୍ବା ଭାଷଣ ଦେଇଥିଲେ କଂଗ୍ରେସ ନେତା । ଗ୍ରାସ୍ ରୁଟରେ କଂଗ୍ରେସ କର୍ମୀମାନେ ବିଜେପି ଓ ବିଜେଡି ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ବୁଝାଇବା ଆରମ୍ଭ କରିଛନ୍ତି। ଆଗାମି ୨୦୨୪ ରେ ମାଲକାନଗିରି ସହ ରାଜ୍ୟରେ କଂଗ୍ରେସ ବିଜୟ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରି ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ , ଛତିଶଗଡ ମନ୍ତ୍ରୀ କବାସି ଲକ୍ଷ୍ମା ପ୍ରମୁଖ ପ୍ରକାଶ କରିଛନ୍ତି।
Comments are closed.