ମାହାଙ୍ଗା : ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ ପିଇଟି ଶିକ୍ଷକ ଅନୁପମ ରାୟ ଜେଲ୍ ଯାଇଛନ୍ତି । ସୂଚନା ଅନୁସାରେ, ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ଉଭୟଙ୍କୁ ଗତକାଲି ଗିରଫ କରିଥିଲା ମାହାଙ୍ଗା ପୁଲିସ। ୨ ମାସ ତଳେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତେବେ କିଛି ଦିନ ତଳେ ଏକ ଅଡିଓ ପ୍ରଘଟ ହୋଇଥିଲା। ପ୍ରଘଟ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ କଥାବାର୍ତ୍ତା ହେଉଥିଲେ। ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିବାର ସ୍ପଷ୍ଟ ଜଣାପଡ଼ିଥିଲା। ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା ବୋଲି ସୂଚନା ମିଳିଛି। ଏହି ଘଟଣାରେ ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା ବିଜେଡି। ପୁଲିସ ସବୁ ପ୍ରକାର ତଦନ୍ତ କରି ଶେଷରେ ଉଭୟଙ୍କୁ ଗିରଫ କରିଥିଲା।
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଓ ଖେଳ ଶିକ୍ଷକ
Popular Categories



