www.samajalive.in
Tuesday, December 9, 2025
23.1 C
Bhubaneswar

ମହାନ ଆତ୍ମା ବାପୁଜୀ

ମହାତ୍ମା ଏହି ଶଦ୍ଦ ହିଁ ନିଜର ଅର୍ଥକୁ ପ୍ରତିପାଦିତ କରୁଛି । ଯେଉଁ ବ୍ୟକ୍ତିଙ୍କ ପାଖରେ ଏହା ବ୍ୟବହାର ହୋଇଛି ସେ ପ୍ରକୃତରେ ଏହି ଆଖ୍ୟା ପାଇବା ପାଇଁ ସବୁଠାରୁ ଯୋଗ୍ୟ । ସାରା ଦେଶ ତାଙ୍କୁ ଜାତିର ପିତା ତଥା ବାପୁଜୀ ଭାବେ ସମ୍ବୋଧନ କରେ। ସେ ହେଉଛନ୍ତି ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ବା  ମହାତ୍ମା ଗାନ୍ଧୀ। ଏହି ମହା ମାନବ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।

ନିଜର ମହାନ କର୍ମ ଯୋଗୁଁ ସେ ଆଜି ସଭିଁଙ୍କ ମନରେ ଚିର ଦିନ ବଞ୍ଚି ରହିଛନ୍ତି। ସଭିଁଙ୍କୁ ଭଲ ଭାବେ ଜଣା ଯେ ବହୁ ପୂର୍ବରୁ ଆମ ଦେଶ ଇଂରେଜମାନଙ୍କ ଅଧିନରେ ଥିଲା। ନିଜ ଦେଶକୁ ସେମାନଙ୍କ କବଳରୁ ସ୍ୱାଧୀନ କରିବା ନିମନ୍ତେ ବହୁ ମହାନ ବ୍ୟକ୍ତିମାନ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ। ସେମାନଙ୍କୁ ମଧ୍ୟରୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ। ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ସେ ଆମ ପାଇଁ ଆଣି ଦେଇଥିଲେ ସ୍ୱାଧୀନତାର ମଧୁରତା। ଦେଶକୁ ଇଂରେଜ ମୁକ୍ତ କରି ଆଣିଥିଲେ ସ୍ୱାଧୀନତା। ଯାହା ତାଙ୍କୁ ସର୍ବଦା ଅମର କରି ରଖିଛି। ତାଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ ଏବଂ ସମ୍ମାନ ଜ୍ଞାପନ କରିବା ନିମନ୍ତେ ପ୍ରତିବର୍ଷ ତାଙ୍କ ଜନ୍ମ ଦିବସ ଅକ୍ଟୋବର ୨ ତାରିଖକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରିଥାଉ ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories