www.samajalive.in
Sunday, December 14, 2025
19.1 C
Bhubaneswar

ଆଖି ବୁଜିଲେ ଶତାୟ ବୃଦ୍ଧ, ଡାହାଣୀ ଭୟରେ ବନରକ୍ଷୀ ଚାକିରି ଛାଡିଥିଲେ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମର ଶତାୟୁ ବୃଦ୍ଧ ଅନିରୁଦ୍ଧ ପଲେଇ ଗତକାଲି ୧୦୭ ବୟସରେ ପରଲୋକ ଗମନ କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୯୧୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଅନିରୂଦ୍ଧ ଇଂରେଜ ଅମଳରେ ମାସିକ ମାତ୍ର ୧୫ ଟଙ୍କା ବେତନରେ ବନ ଜଗୁଆଳି ବା ବନରକ୍ଷୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଜଙ୍ଗଲ ଜଗିବାରେ ଡାହାଣୀ ଭୟଥିବା କହି ତାଙ୍କ ପିତା ମାତା ତାଙ୍କୁ ଚାକିରି ଛଡାଇ ଦେଇଥିଲେ। ଜଣେ ମିଷ୍ଟଭାଷୀ ଓ ଜଣାଶୁଣା ବ୍ୟକ୍ତି ଭାବେ ସେ ସୁପରିଚିତ ଥିଲେ। ପ୍ରବଳ ଶୀତ କାରଣରୁ ସେ ପରଲୋକ ଗମନ କରିଥିବା ତାଙ୍କ ପୁତ୍ର ସତ୍ୟାନନ୍ଦ ପଲେଇ କହିଛନ୍ତି। ମୃତ୍ୟ ବେଳକୁ ତାଙ୍କ ନିକଟରେ ଦୁଇ ଭାଇ ରାମଚନ୍ଦ୍ର ଓ କୃପାସିନ୍ଧୁ , ଏକମାତ୍ର ପୁତ୍ର ସତ୍ୟାନନ୍ଦ ,ନାତି ପିଣ୍ଟୁ ଓ ଲିଟୁ ଉପସ୍ଥିତ ଥିଲେ। ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories