www.samajalive.in
Sunday, December 14, 2025
23.1 C
Bhubaneswar

ଦେବସ୍ମିତାଙ୍କ ବିଜ୍ଞାନ ପ୍ରକଳ୍ପ ପୂର୍ବ ଭାରତସ୍ତରରେ ପୁରସ୍କୃତ

କେନ୍ଦୁଝରଗଡ଼଼: ଚଳିତମାସ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ଦିନବ୍ୟାପୀ କୋଲକତାର ବିଆଇଟିଏମ ଠାରେ ଅନୁଷ୍ଠିତ ପୂର୍ବ ଭାରତ ସ୍ତରୀୟ ବିଜ୍ଞାନ ମେଳାରେ ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରର ସପ୍ତମଶ୍ରେଣୀ ଛାତ୍ରୀ ଦେବସ୍ମିତା ରାଉତଙ୍କ ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ ହୁଇଲ ଚେୟାର ବିଚାରକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛି।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ଏହି ପ୍ରକଳ୍ପରେ ସ୍ମାର୍ଟ ହୁଇଲ ଚେୟାର ଦ୍ୱାରା ହୋଇ ପାରୁଥିବା ବିଭିନ୍ନ କାର୍ଯ୍ୟ ବିଚାରକଙ୍କ ମନକୁ ଛୁଇଁ ପାରିଥିଲା। ଏହି ପରିପ୍ରେକ୍ଷୀରେ ଶନିବାର ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକ, ରଞ୍ଜିତା ରାଣୀ ମଲ୍ଲିକ, ସୁସ୍ମିତା ପ୍ରିୟମ୍ବଦା ରାଉତ, ଶୁଭଶ୍ରୀ ମହାନ୍ତ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ ଯୋଗ ଦେଇ ଖୁସିବ୍ୟକ୍ତ କରିବା ସହିତ ଛାତ୍ରୀ ଦେବସ୍ମିତା ରାଉତ ଓ ମାର୍ଗଦର୍ଶୀ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories