www.samajalive.in
Sunday, December 14, 2025
17.1 C
Bhubaneswar

ପେଟରୋଗରେ ଆକ୍ରାନ୍ତ ନରେନ୍ଦ୍ର ମୁଣ୍ଡାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଗଦଗଦି ସାହିର ନରେନ୍ଦ୍ର ମୁଣ୍ଡା(୩୦) ଆଜକୁ ଏକ ବର୍ଷ ହେଲା ପେଟ ରୋଗରେ ଆକ୍ରାନ୍ତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇ ଆସୁଥିଲେ । ଅଲଟ୍ରା ସାଉଣ୍ଡ ପରେ ଆପେଣ୍ଟି ସାଇଡ୍ ହୋଇଛି, ଅପେରସନ ଦରକାର ବୋଲି ଡାକ୍ତର କହିଥିଲେ । ଘରେ ଥିବା ଛେଳି କୁକୁଡ଼ା, ବାଡ଼ିର ବାଉଁଶ ଗଛ ଆଦି ବିକ୍ରି କରି ଅପେରସନ କରାଇଥିଲେ । ମାତ୍ର ଅପେରସନ ପରେ ମଧ୍ୟ ପେଟ ଠିକ ହୋଇ ପାରିଲା ନାହଁ । ଏବେ ପୁଣି ଡାକ୍ତର ଦେଖାଇବା ପାଇଁ ତାଙ୍କ ପାଖରେ ଆଦୌ ପଇସା ନଥିବା ସେ କହିଛନ୍ତି । ତାଙ୍କର ୪ଟି ନାବାଳିକା ସାନ ଝିଅ ଥିବାରୁ ତାଙ୍କ ସ୍ତ୍ରୀ ମଧ୍ୟ ଛୋଟ ଛୁଆକୁ ଧରି କାମ କରି ପାରୁନାହିଁ । ନରେନ୍ଦ୍ର ମଧ୍ୟ ପେଟ ସମସ୍ୟା ଯୋଗୁ କାମ କରିବାକୁ ସକ୍ଷମ ନ ହେବାରୁ ପରିବାର ଚଳାଇବା କଷ୍ଟକର ହୋଇ ପଡିଛି । ତାଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ଥିଲେ ମଧ୍ୟ ଚିକିତ୍ସା ପାଇଁ ଯିବାକୁ ଗାଡିଭଡା କିମ୍ବା ସାଙ୍ଗରେ ରହିବାକୁ କେହି ନଥିବାରୁ ଘରେ ପେଟ ଯନ୍ତ୍ରଣାରେ ସେ ଛଟପଟ ହେଉଥିବା ଅବସର ପ୍ରାପ୍ତ ଶିକ୍ଷକ ଲଷ୍ମୀଧର ମୁଣ୍ଡା ଜଣାଇଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ତାଙ୍କୁ ସହଯୋଗ କରିପାରନ୍ତେ ଏ ପରିବାରଟି ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ଲୋକ ମତ ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories