www.samajalive.in
Tuesday, December 9, 2025
16.1 C
Bhubaneswar

ଭୀମକୁଣ୍ଡ ମକର ମେଳା ଉଦଘାଟିତ, ପର୍ଯ୍ୟଟନ ଅଧିକାରୀ ଓ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମ ମନା !

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଜୋଡି ସ୍ଥିତ ପୂର୍ଣତୋୟା ଭୀମକୁଣ୍ଡ ଠାରେ ଆଜି ୩ ଦିନିଆ ମକର ମେଳା ବା ମକର ମହୋତ୍ସବ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଫିତା କାଟି ମେଳାକୁ ଉଦଘାଟନ କରିଛନ୍ତି। ମକର ପୂର୍ବଦିନ ଉତ୍ସବ ଉଦଘାଟନ ହେବା ଏହା ପ୍ରଥମ ଘଟଣା ହୋଇଥିବାବେଳେ ଚଳିତ ବର୍ଷ ଆକର୍ଷଣୀୟ ମୁକ୍ତ ମଞ୍ଚ ସ୍ଥାପନ କରାଯାଇଛି। ମକରରେ ଏଠାରେ ବୈତରଣୀର ଉଭୟ ପାର୍ଶ୍ୱରୁ ଆଗତ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାବେଶ ହେବା ସହ ବହୁ ଶ୍ରଦ୍ଧାଳୁ ମକର ବୁଡ଼ ଦେବାକୁ ଥିବାରୁ କେନ୍ଦୁଝର ପାର୍ଶ୍ଵରେ ଘଟଗାଁ ପୁଲିସ ଓ ମୟୁରଭଞ୍ଜ ପାର୍ଶ୍ଵରେ ଠାକୁରମୁଣ୍ଡା ପୁଲିସ ମୁତୟନ ହୋଇଛନ୍ତି। ଉଦଘାଟନ ଉତ୍ସବରେ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ,ଏବି ଇ ଓ ବିଜୟ କୁମାର ଓଝା ,ଡୁମୁରିଆ ସରପଞ୍ଚ ଗୌରହରୀ ନାଏକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ସମିତି ସଭ୍ୟା ଜୟନ୍ତୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ ଓ ପାର୍ଥସାରଥୀ ବେଜ ଉଦଘାଟନ ପର୍ବର ସଂଯୋଜନା କରିଥିଲେ ।

ତେବେ ଏହି ଉଦଘାଟନ ପର୍ବକୁ ଭୀମକୁଣ୍ଡର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକଙ୍କୁ ଡକାଯାଇ ନଥିବା ବେଳେ ପାଟଣା ଅଞ୍ଚଳର କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ଡକାଯାଇନାହିଁ। ସେହିପରି ଅତିଥି ତାଲିକାରେ କବି ,ସାହିତ୍ୟିକ ,ଗବେଷକ , କଳାକାର ଅଥବା କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କ ନାମ ନଥିବା ଜଣାପଡିଛି। ତେବେ ୩ ଦିନିଆ କାର୍ଯ୍ୟକ୍ରମକୁ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। କେବଳ ବିଧାୟକ ,ସାଂସଦ , ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା , ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ସହ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାରଙ୍କୁ ନେଇ ୩ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories