www.samajalive.in
Sunday, December 14, 2025
26.1 C
Bhubaneswar

ଭୀମକୁଣ୍ଡ ମକର ମେଳା ଉଦଘାଟିତ, ପର୍ଯ୍ୟଟନ ଅଧିକାରୀ ଓ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମ ମନା !

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଜୋଡି ସ୍ଥିତ ପୂର୍ଣତୋୟା ଭୀମକୁଣ୍ଡ ଠାରେ ଆଜି ୩ ଦିନିଆ ମକର ମେଳା ବା ମକର ମହୋତ୍ସବ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଫିତା କାଟି ମେଳାକୁ ଉଦଘାଟନ କରିଛନ୍ତି। ମକର ପୂର୍ବଦିନ ଉତ୍ସବ ଉଦଘାଟନ ହେବା ଏହା ପ୍ରଥମ ଘଟଣା ହୋଇଥିବାବେଳେ ଚଳିତ ବର୍ଷ ଆକର୍ଷଣୀୟ ମୁକ୍ତ ମଞ୍ଚ ସ୍ଥାପନ କରାଯାଇଛି। ମକରରେ ଏଠାରେ ବୈତରଣୀର ଉଭୟ ପାର୍ଶ୍ୱରୁ ଆଗତ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାବେଶ ହେବା ସହ ବହୁ ଶ୍ରଦ୍ଧାଳୁ ମକର ବୁଡ଼ ଦେବାକୁ ଥିବାରୁ କେନ୍ଦୁଝର ପାର୍ଶ୍ଵରେ ଘଟଗାଁ ପୁଲିସ ଓ ମୟୁରଭଞ୍ଜ ପାର୍ଶ୍ଵରେ ଠାକୁରମୁଣ୍ଡା ପୁଲିସ ମୁତୟନ ହୋଇଛନ୍ତି। ଉଦଘାଟନ ଉତ୍ସବରେ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ,ଏବି ଇ ଓ ବିଜୟ କୁମାର ଓଝା ,ଡୁମୁରିଆ ସରପଞ୍ଚ ଗୌରହରୀ ନାଏକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ସମିତି ସଭ୍ୟା ଜୟନ୍ତୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ ଓ ପାର୍ଥସାରଥୀ ବେଜ ଉଦଘାଟନ ପର୍ବର ସଂଯୋଜନା କରିଥିଲେ ।

ତେବେ ଏହି ଉଦଘାଟନ ପର୍ବକୁ ଭୀମକୁଣ୍ଡର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକଙ୍କୁ ଡକାଯାଇ ନଥିବା ବେଳେ ପାଟଣା ଅଞ୍ଚଳର କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ଡକାଯାଇନାହିଁ। ସେହିପରି ଅତିଥି ତାଲିକାରେ କବି ,ସାହିତ୍ୟିକ ,ଗବେଷକ , କଳାକାର ଅଥବା କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କ ନାମ ନଥିବା ଜଣାପଡିଛି। ତେବେ ୩ ଦିନିଆ କାର୍ଯ୍ୟକ୍ରମକୁ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। କେବଳ ବିଧାୟକ ,ସାଂସଦ , ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା , ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ସହ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାରଙ୍କୁ ନେଇ ୩ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଇଥିବା ସୂଚନା ମିଳିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories