www.samajalive.in
Sunday, December 7, 2025
26.1 C
Bhubaneswar

ଭାଗ୍ୟଶାଳୀ ମହିଳାଙ୍କ ଲକ୍ଷଣ ବିଷୟରେ ଜାଣନ୍ତୁ

ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ। ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ। ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ। ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ ଜଣାଯାଇଥାଏ। ଜାଣନ୍ତୁ, କେଉଁ ଶାରିରୀକ ଲକ୍ଷଣ ଦେଖି କନ୍ୟା ମାନଙ୍କର ଆଚାରବ୍ୟବହାର ଓ ଭାଗ୍ୟ ବିଷୟରେ ଜଣାପଡ଼ିଥାଏ।
ଯେଉଁ ମହିଳାମାନଙ୍କର ଜିଭ ଲାଲ ରଙ୍ଗର ହୋଇଥାଏ, ସେମାନେ କୋମଳ ସ୍ୱଭାବର ଓ ତାଙ୍କ ଜୀବନ ସୁଖମୟ ହୋଇଥାଏ। ଏମାନଙ୍କ ଭଲ ଲକ୍ଷଣ କାରଣରୁ ପରିବାର ସଦସ୍ୟଙ୍କ ଭାଗ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ।
ଯେଉଁ ମାନଙ୍କର ଆଖି ବଡ଼ –
ଏପରି କୁହାଯାଏ ଯେ, ଯେଉଁମାନଙ୍କର ଆଖି ବଡ଼ ଓ ଆଖିର ଭିତର ଅଂଶ ଅଧିକ ଧଳା ହୋଇଥାଏ, ସେହି ମହିଳା ଚଞ୍ଚଳ ସ୍ୱଭାବର ଅଟନ୍ତି। ଏହିପ୍ରକାରର ମହିଳାମାନେ ନିଜ ଆଖପାଖର ଅଞ୍ଚଳ ସର୍ବଦା ହସଖୁସିରେ ଭରି ଦେଇଥାଆନ୍ତି।
ଏପରି କେତେକ ମହିଳା ଅଛନ୍ତି, ଯେଉଁମାନଙ୍କ ନାକରେ କଳାଜାଇ ଥାଏ। ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି। ଏହି ଚିହ୍ନ ଥିଲେ ମହିଳାଙ୍କ ଜୀବନରେ ସୁଖଶାନ୍ତି ରହିବା ସହ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ। ଏହାସହ ଏମାନଙ୍କ ବିଚାରଧାରା ମଧ୍ୟ ଉତ୍ତମ ଅଟେ।
ଯେଉଁ ମହିଳାମାନଙ୍କର ଗୋଇଠି ଗୋଲାକାର ହୋଇଥାଏ, ସେମାନଙ୍କ ଜୀବନରେ ସର୍ବଦା ହସଖୁସି ରହିଥାଏ, ଏହା ଛଡ଼ା ସମସ୍ୟା ଆସିଲେ ମଧ୍ୟ ସହଜରେ ସମାଧାନ ହୋଇଯାଏ।
ଏପରି କୁହାଯାଏ ଯେ, ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଅଳ୍ପ ଉଚ୍ଚକୁ ଉଠି ରହିବା ସହ ସାମାନ୍ୟ ବୃତ୍ତାକାର ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି। ପତିବ୍ରତା ଅଟନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories