www.samajalive.in
Wednesday, December 10, 2025
17.1 C
Bhubaneswar

ମହିଳାଙ୍କୁ ଭାଗ୍ୟଶାଳୀ କରିଥାଏ ଏହି ଲକ୍ଷଣ

ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ। ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ। ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ। ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ ଜଣାପଡ଼ିଥାଏ। ଜାଣନ୍ତୁ, କେଉଁ ଲକ୍ଷଣ ଦେଖି କନ୍ୟା ମାନଙ୍କର ଆଚାରବ୍ୟବହାର ଓ ଭାଗ୍ୟ ବିଷୟରେ ଜଣାପଡ଼ିଥାଏ।
ଯେଉଁ ମାନଙ୍କର ଆଖି ବଡ଼ –
ଏପରି କୁହାଯାଏ ଯେ, ଯେଉଁ ନାରୀମାନଙ୍କର ଆଖି ବଡ଼ ଓ ଆଖିର ଭିତର ଅଂଶ ଅଧିକ ଧଳା ହୋଇଥାଏ, ସେହି ମହିଳା ଚଞ୍ଚଳ ସ୍ୱଭାବର ଅଟନ୍ତି। ଏହିପ୍ରକାରର ମହିଳାମାନେ ନିଜ ଆଖପାଖର ଅଞ୍ଚଳ ସର୍ବଦା ହସଖୁସିରେ ଭରି ଦେଇଥାଆନ୍ତି।
ଯେଉଁ ମହିଳାମାନଙ୍କର ଜିଭ ଲାଲ ରଙ୍ଗର ହୋଇଥାଏ, ସେମାନେ କୋମଳ ସ୍ୱଭାବର ଓ ତାଙ୍କ ଜୀବନ ସୁଖମୟ ହୋଇଥାଏ। ଏମାନଙ୍କ ଭଲ ଲକ୍ଷଣ କାରଣରୁ ପରିବାର ସଦସ୍ୟଙ୍କ ଭାଗ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ।
ଏପରି କେତେକ ମହିଳା ଅଛନ୍ତି, ଯେଉଁମାନଙ୍କ ନାକରେ କଳାଜାଇ ଥାଏ। ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି। ଏହି ଚିହ୍ନ ଥିଲେ ମହିଳାଙ୍କ ଜୀବନରେ ସୁଖଶାନ୍ତି ରହିବା ସହ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ। ଏହାସହ ଏମାନଙ୍କ ବିଚାରଧାରା ମଧ୍ୟ ଉତ୍ତମ ଅଟେ।
ଏପରି କୁହାଯାଏ ଯେ, ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଅଳ୍ପ ଉଚ୍ଚକୁ ଉଠି ରହିବା ସହ ସାମାନ୍ୟ ବୃତ୍ତାକାର ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି। ପତିବ୍ରତା ଅଟନ୍ତି।
ଯେଉଁ ମହିଳାମାନଙ୍କର ଗୋଇଠି ଗୋଲାକାର ହୋଇଥାଏ, ସେମାନଙ୍କ ଜୀବନରେ ସର୍ବଦା ହସଖୁସି ରହିଥାଏ, ଏହା ଛଡ଼ା ସମସ୍ୟା ଆସିଲେ ମଧ୍ୟ ସହଜରେ ସମାଧାନ ହୋଇଯାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories