ଜାଣନ୍ତୁ, ଫେଙ୍ଗସୁଇ ବିଲେଇ ରଖିବାର ଲାଭ

0

ବେପାରରେ ଉନ୍ନତି କରିବାକୁ ସମସ୍ତେ ଚାହିଁଥାନ୍ତି। ମାତ୍ର ବେଳେ ବେଳେ ବେପାରରେ ଲାଭ ହେବା ପରିବର୍ତ୍ତେ କ୍ଷତିର ସାମନା କରିବାକୁ ପଡ଼ିଥାଏ। ଫେଙ୍ଗସୁଇ ସାହାଯ୍ୟରେ ଆମେ ବେପାରରେ ଉନ୍ନତି କରିପାରିବା। ଫେଙ୍ଗସୁଇରେ ଅନେକ ପ୍ରକାର ଏମିତି ଜିନିଷ ଅଛି ଯାହାଦ୍ୱାରା ଆମେ ଲାଭାନ୍ୱିତ ହୋଇପାରିବା। ଘରେ ଓ ବ୍ୟବସାୟ ସ୍ଥଳୀରେ ଫେଙ୍ଗସୁଇ ବିଲେଇ ରଖିବା ଦ୍ୱାରା ଆମେ ଶୁଭଫଳ ପାଇ ପାରିବା। ଫେଙ୍ଗସୁଇ ବିଲେଇ ଅନେକ ରଙ୍ଗରେ ମିଳିଥାଏ। ଏହାକୁ ରଙ୍ଗ ଅନୁସାରେ ରଖିବା ଦ୍ୱାରା ସୁଫଳ ମିଳିଥାଏ। ଅନେକ ଅସୁବିଧା ଓ କୁଦୃଷ୍ଟିରୁ ମଧ୍ୟ ବଞ୍ଚି ପାରିବା। ଆସନ୍ତୁ ଜାଣିବା ଫେଙ୍ଗସୁଇ ବିଲେଇ ରଖିବା ଦ୍ୱାରା କି ଉପକାର ହୋଇଥାଏ।


ଆପଣ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ବେପାରରେ ଉନ୍ନତି ହେଉନାହିଁ। ତେବେ ଦୋକାନ କିମ୍ବା କାର୍ଯ୍ୟାଳୟରେ ଫେଙ୍ଗସୁଇ ବିଲେଇକୁ ପଶ୍ଚିମ ଦିଗରେ ରଖନ୍ତୁ। କେବଳ ହଳଦିଆ କିମ୍ବା ଧଳା ରଙ୍ଗର ଫେଙ୍ଗସୁଇ ବିଲେଇ ରଖନ୍ତୁ।
ସୁନେଲି ରଙ୍ଗର ଫେଙ୍ଗସୁଇ ବିଲେଇ ଘରେ ରଖିବା ଦ୍ୱାରା ପିଲାଙ୍କର ସ୍ୱାସ୍ଥ୍ୟ ଓ ପାଠ ପଢାରେ ଉନ୍ନତି ହୋଇଥାଏ।

prayash


ଫେଙ୍ଗସୁଇ ବିଲେଇକୁ ଭୋଜନ କକ୍ଷରେ ରଖିବା ଉଚିତ। କାରଣ ଏହାଦ୍ୱାରା ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ।
ଅନେକ ଦିନରୁ କୌଣସି ଦୁରାରୋଗ୍ୟରେ ପୀଡ଼ିତ ଥିଲେ ନିଜ ଶୋଇବା ଘରର ପୂର୍ବ ଦିଗରେ ହଳଦିଆ ରଙ୍ଗା ଫେଙ୍ଗସୁଇ ବିଲେଇ ରଖନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥାଏ।


ଘରେ କୌଣସି ବ୍ୟକ୍ତିଙ୍କ ଉପରେ କୁଦୃଷ୍ଟ ପଡିଥିଲେ କିମ୍ବା ନଜର ଲାଗିବାର ଭୟ ଥିଲେ ଘରେ ନୀଳ ରଙ୍ଗର ଫେଙ୍ଗସୁଇ ବିଲେଇ ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ନଷ୍ଟ ହୋଇଯାଏ।

Leave A Reply