ରେଙ୍ଗାଲିକ୍ୟାମ୍ପ : ଚଳିତ ରବି ଧାନ ସଂଗ୍ରହ ପାଇଁ ଅତାବିରାରେ ମଣ୍ଡି ଖୋଲିଛି । ଅଞ୍ଚଳର ଚାଷୀ ମାନେ ମଧ୍ୟ ନିଜ ନିଜର ଧାନ ଅମଳ କରିବାରେ ଲାଗିଛନ୍ତି । ସମସ୍ତ ଚାଷୀଙ୍କୁ ଘାରୁଛି ଟୋକନ ବାତିଲ ହେବାର ଭୟ । ଟୋକନ୍ ସମୟ ଅବଧି ଭିତରେ ଧାନ ନ ଦେଲେ ତାହା ଆଉ ବିକ୍ରି ହୋଇ ପାରିବ ନାହିଁ, ଯାହା ସରକାରଙ୍କ ନିୟମ ରହିଛି । ତା ପରେ ଧାନ ବିକିବା ଭାରି କଷ୍ଟ। ଶାଗ, ମାଛ ଦରରେ ବିକି କ୍ଷତି ସହିବାକୁ ପଡୁଛି ଚାଷୀଙ୍କୁ । ତେଣୁ ଧାନ ଅମଳ କରିବାରେ ହେଳା କରୁନାହାନ୍ତି ଚାଷୀ । କିନ୍ତୁ ଚାଷୀଙ୍କ ଅମଳ ଧାନ ରଖିବେ କେଉଁଠି ? ତାଙ୍କୁ ଧାନ ଭରିବା ପାଇଁ ବସ୍ତା ଦିଆଯାଉ ନାହିଁ ବୋଲି ଚାଷୀ ମାନେ କହୁଛନ୍ତି। ଫଳରେ ଲୋକେ ରାଜ ରାସ୍ତାରେ, ଖୋଲା ଜାଗା ମାନଙ୍କରେ ଧାନକୁ ରଖିଛନ୍ତି । ଯାହାର ପରିଣାମ ସ୍ବରୂପ ସେଇ ଧାନ ଗାଈ-ଗୋରୁ ,ଛେଳି-ମେଣ୍ଢା ଆଦିଙ୍କ ଖାଦ୍ୟ ପାଲଟିଛି । ତେଣୁ ଅନେକ ଶସ୍ୟ ନଷ୍ଟ ହେଉଛି । ବର୍ଷା ହେଉ କି ପବନ ହେଉ,ଏହି ଧାନ ସବୁ ଭିଯିଯାଇ ,ଦୂରକୁ ଉଡ଼ିଯାଇ ନଷ୍ଟ ହେଉଛି। ଧାନର ମାନ ମଧ୍ୟ ନଷ୍ଟ ହେଉଛି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଷୀଙ୍କୁ କେବଳ କ୍ଷତି ସହିବାକୁ ପଡୁଛି। ଏସବୁ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେବାକୁ ଦାବି ହେଉଛି। ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କୁ ଫସଲ ଅମଳ ପୂର୍ବରୁ ବସ୍ତା ଯୋଗାଇ ଦିଆଯାଉ ବୋଲି ଜନସାଧାରଣରେ ଦାବି ହେଉଛି।
Comments are closed.